36.1 C
Bhubaneswar
Thursday, May 21, 2026
Homeଓଡିଶାରାଇଘରରେ ସାର ବୋଝେଇ ଟ୍ରକ୍ ଦୁର୍ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ

ରାଇଘରରେ ସାର ବୋଝେଇ ଟ୍ରକ୍ ଦୁର୍ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ରାଇଘର କଟପାରାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ପିଟିଲା ସାର ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ । ମୃତ ଡ୍ରାଇଭର ହେଲେ ‘କାନ୍ତ’ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଟ୍ରକଟି ଗଛକୁ ପିଟି ଓଲଟି ପଡ଼ିଛି । ଡ୍ରାଇଭରଙ୍କ ମୃତଦେହ ଟ୍ରକ୍ ଭିତରେ ଚାପି ହୋଇ ରହିଯାଇଛି । ସୂଚନା ଅନୁସାରେ, ସକାଳ ୭ଟାରେ, ଜୟପୁରରୁ ଏକ ସାର ବୋଝେଇ ଟ୍ରକ୍ ରାଇଘର ଅଭିମୁଖେ ଆସୁଥିଲା । ତେବେ ଟ୍ରକର ଗତି ଅଧିକ ଥିବା ଯୋଗୁଁ କିମ୍ବା ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ରାଇଘର ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରକ୍ ଭିତରୁ ଶବ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଏହା ସହିତ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking