30.1 C
Bhubaneswar
Saturday, May 16, 2026
Homeଓଡିଶାରାହୁଲ ଗାନ୍ଧୀ ଯୁବପିଢିଙ୍କ ଆଦର୍ଶ, ସମ୍ବିତ ପାତ୍ରଙ୍କ ଭଣ୍ଡାମୀ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି

ରାହୁଲ ଗାନ୍ଧୀ ଯୁବପିଢିଙ୍କ ଆଦର୍ଶ, ସମ୍ବିତ ପାତ୍ରଙ୍କ ଭଣ୍ଡାମୀ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି

ଭୁବନେଶ୍ୱର: ବିଜେପି ସରକାର ବିରୁଦ୍ଧରେ ଜନତାଙ୍କ ଆକ୍ରୋଶ ବୃଦ୍ଧି ପାଉଥିବା ଦେଖି ଜନତାଙ୍କ ଆଖିରେ ଭୁଆଁ ବୁଲାଇବାକୁ ପୁରୀ ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ବିବରଣୀ ଗଣମାଧ୍ୟମଙ୍କ ଆଗରେ ଉପସ୍ଥାପନ କରିବାକୁ ନେଇ କଂଗ୍ରେସ ଭବନଠାରେ ଆୟୋଜିତ ଏକ ପ୍ରେସ ସମ୍ମିଳନୀରେ ସାଂସଦ ଶ୍ରୀ ପାତ୍ରଙ୍କୁ ଉଚିତ ଜବାବ ଦିଆ ଯାଇଥିଲା l ଏହି ସମ୍ମିଳନୀର ଅଧ୍ୟକ୍ଷତା କରି ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ କହିଲେ, ପବିତ୍ର ପୁରୀ ମାଟିର ସାଂସଦଠାରୁ ଏଭଳି କୁଭାଷା ଓ ବ୍ୟବହାର ଅତ୍ୟନ୍ତ ଲଜ୍ୟାଜନକ ଓ ନିନ୍ଦନୀୟ ଅଟେ l ଆମ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ବିବରଣୀ ଦେବା ଆଗରୁ ଜନତାଙ୍କ ଟାକ୍ସ ପଇସାରେ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଓ ଖର୍ଚ୍ଚ ବିବରଣୀ ପ୍ରଦାନ କରିଥିଲେ ଉଚିତ ହୋଇଥାନ୍ତା ବୋଲି କହିଥିଲେ l ସମ୍ମିଳନୀର ଉପସ୍ଥିତ ପୁରୀ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ବିଶ୍ୱ ଭୂଷଣ ଦାସ ସାଂସଦ ସମ୍ବିତ ପାତ୍ରଙ୍କ ବ୍ୟବହାର ଅକ୍ଷମଣୀୟ ଏବଂ ଏହାକୁ ପୁରୀ ଜିଲ୍ଲାର କୋଣ ଅନୁକୋଣରେ ବିରୋଧ କରାଯିବ ବୋଲି ତାଗିଦ କରିଥିଲେ l

ପିସିସି ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ବିଜେପି ଦଳର ଅସ୍ତିତ୍ୱ ନାହିଁ ଏବଂ ଦେଶରେ ବୈଦେଶିକ ନୀତି ବିଫଳ, ଅର୍ଥନୀତି ପାତାଳମୁଖୀ ଓ ନିଟ ପ୍ରଶ୍ନପତ୍ର ପ୍ରଘଟ ପରି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବା ପାଇଁ ଏକ ନାଟକ ଯାହାକି ବିଜେପିର ଅଭ୍ୟାସଗତ ରୋଗ। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତର ହିସାବ ଦେଲା ବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷରେ ୯୬ ଥର ବିଦେଶ ବୁଲା ୭୬ ଟି ଦେଶ ଓ ମାତ୍ର ଦେଶର ରାଜକୋଷ ୮୨୬ କୋଟି ଖର୍ଚ୍ଚ କରିଛନ୍ତି ତା ହିସାବ ଶ୍ରୀମତୀ ପାତ୍ର ମାଗିବା ସହ ପୁରୀ ସଂସଦୀୟ କ୍ଷେତ୍ରରେ କୁହଳିଆ ପୁରୀ ସାଂସଦ ୨୩ ମାସରେ କେତୋଟି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୋଲି ପ୍ରଶ୍ନ କରିବା ସହିତ ପୁରୀ ଉଠା ଦୋକାନୀ ସମସ୍ୟା, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଚୋରି, ସ୍ୱର୍ଗଦ୍ୱାରରେ ଅବ୍ୟବସ୍ଥା, ପୁରୀ ମେଡିକାଲରେ ବର୍ଣ୍ଣ ୟୁନିଟ ଏସବୁ ସମସ୍ୟାରେ ମୁହଁ ଲୁଚେଇ ବୁଲୁଛନ୍ତି ବୋଲି ଭର୍ତ୍ସନା କରିଛନ୍ତି ଅଥଚ ଉତ୍ସବ, ମେଳା ମେଲଣ ବୁଲାରେ ପୁରୀ କୁହାଳିଆ ସାଂସଦ ସବୁ ସମୟରେ ବ୍ୟସ୍ତ ରୁହନ୍ତି।ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ କୁହାଳିଆ ସାଂସଦ ଉପସ୍ଥିତ ରହି ମଧ୍ୟ ବୈଠକ ସୁପରିଚାଳିତ ନ ହୋଇ ହଟ୍ଟଗୋଳ ହେବା ଅତି ଲଜ୍ଜ୍ୟାଜନକ ଓ ବଡ ବିଡ଼ମ୍ବନାର ବିଷୟ। ସେଥିରେ ସେ ରାହୁଲ ଗାନ୍ଧୀଙ୍କ ନାଁ ରେ ମିଛ ଗପ କହି ତାଙ୍କ ଛବିକୁ ଖରାପ କରି ଜନତାଙ୍କ ନଜରରୁ ମୁଖ୍ୟ ପ୍ରସଙ୍ଗକୁ ହଟେଇବାକୁ ଚେଷ୍ଟା କରୁଛନ୍ତି l ପୁରୀବାସୀ ଆଗାମୀ ୨୦୨୯ ନିର୍ବାଚନରେ ସାଂସଦଙ୍କୁ ପୁରୀ ମାଟି ରୁ ବିତାଡ଼ିତ କରି ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀମତୀ ପାତ୍ର କହିଛନ୍ତି।

ପିସିସି ସାମାଜିକ ଗଣମାଧ୍ୟମର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପ୍ରଧାନ କହିଲେ ଯେ, ସମ୍ବିତ ପାତ୍ର ହେଉଛନ୍ତି ଜଣେ ମିଛୁଆ ସାଂସଦ l ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେରେ ସେ ଯେତେ ଅପପ୍ରଚାର କଲେ ମଧ୍ୟ ଲୋକେ ତାହା ଗ୍ରହଣ କରିବେ ନାହିଁ । ରାହୁଲଜୀ ହାର୍ଓ୍ବଡ, ଅକ୍ସଫୋର୍ଡ, କେମ୍ରିଜରେ ପଢିିଛନ୍ତି ସେ ଜେପି ମର୍ଗନ ଓ ଲାୟନବ୍ରିଜ ଭଳି ପ୍ରତିଷ୍ଠିତ କମ୍ପାନୀରେ ଜଣେ ଫାଇନାନ୍ସସିଆଲ କନସଲଟାଣ୍ଟ ଭାବରେ କାମ କରିଛନ୍ତି । ତାଙ୍କ ଶିକ୍ଷାଗତ ଓ ପାରଦର୍ଶିତାରେ ବିଜେପି ଦଳର କୌଣସି ନେତା ସରି ହେବେ ନାହିଁ। ସେ ଯାହା ବିଗତ ଦିନମାନଙ୍କରେ ଦେଶର ଅର୍ଥନୈତିକ ସ୍ଥିତି ଉପରେ ଓ ମୋଦୀଙ୍କ ଶାସନ ପ୍ରଣାଳୀ ଉପରେ ଭବିଷ୍ୟବାଣୀ କରିଥିଲେ ତାହା ଆଜି ସତ ହେବାରେ ଲାଗିଛି। ଏଇ ସମୟରେ ଦେଶରେ ଯେତେବେଳେ ଝାଲମୁଢିର ଚର୍ଚ୍ଚା ହେଉଛି ସେତେବେଳେ ରାହୁଲଜୀ ରୋବୋଟିକ୍ ମେକାନିକ୍ସ ଓ ଏଆଇ ଟେକନୋଲୋଜି ଉପରେ ଯୁବପିଢୀ ମାନଙ୍କୁ ଦିଗଦର୍ଶନ ଦେଉଛନ୍ତି। ଆଜି ଜେନ-ଜୀ ମାନଙ୍କର ଆବଶ୍ୟକତା ଓ ତାଙ୍କ ଭବିଷ୍ୟତର କଥା କହୁଥିବା ନେତା ହେଉଛନ୍ତି ରାହୁଲଜୀ। ଆଜି ଦେଶର ପ୍ରାୟ ଶତକଡା ୭୦ % ଜନତା ରାହୁଲଜୀଙ୍କ ସଥିରେ ରହିଛନ୍ତି।

ଏସରକାରରେ ଆଜି ଶିକ୍ଷା ବ୍ୟବସ୍ଥା ଫେଲ। ଏସରକାରରେ ଆଜି ବିମାନ ବ୍ଯବସ୍ଥା ଫେଲ, ଏସରକାର ରେ ଆଜି ଇନ୍ଧନ ବ୍ଯବସ୍ଥା ଫେଲ, ପେଟ୍ରୋଲ ଡିଜେଲ ଓ ଗ୍ଯାସ ପାଇଁ ସାରା ଭାରତକୁ ଆଜି ଲାଇନରେ ଛିଡା ହେବାକୁ ପଡୁଛି। ଆହୁରି ମଧ୍ୟ ଏ ସରକାରଙ୍କ ବୈଦେଶିକ ନୀତି ପୁରାପୁରି ଫେଲ। ପ୍ରବାସୀ ଭାରତୀୟ ଏ ସରକାର ନୀତି ପାଇଁ ବିଦେଶରେ ଦୟନୀୟ ଭାବରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ବିଗତ ଦିନରେ ବି ଆମେ ଦେଖିଛେ ସ୍ୱାସ୍ଥ୍ୟ ବ୍ଯବସ୍ଥା କିଭଳି ଫେଲ ହୋଇଥିଲା କୋଭିଡ ସମୟରେ ଇଞ୍ଜେକସନ ଓ ଅକ୍ସିଜେନ ପାଇଁ ହଜାର ହଜାର ଲୋକ ମୁତ୍ଯୁ ବରଣ କରିଥିଲେ। ଭାରତ ବର୍ଷରେ ଆଜି ମହିଳା ଓ ଶିଶୁ ନିର୍ଯାତନା ଚରମସୀମାରେ ପହଞ୍ଚିଛି ଓ ଆଜି ଆମ ଦେଶକୁ ବିଦେଶରେ ରେପ କ୍ଯାପିଟାଲ ବୋଲି ଲୋକେ ଜାଣୁଛନ୍ତି ଯାହାକି ଅତ୍ୟନ୍ତ ଲଜ୍ଜାର ବିଷୟ। ମନେରଖନ୍ତୁ ଶ୍ରୀଯୁକ୍ତ ପାତ୍ର ଆପଣ ମାତ୍ର ୨ବର୍ଷ ହେଲା ସାଂସଦ ହୋଇଛନ୍ତି ତାହାପୁଣି ବିଫଳ ଜଣେ ସାଂସଦ କିନ୍ତୁ ରାହୁଲଜୀ ଦୀର୍ଘ ୨୪ ବର୍ଷ ହେଲା ସାଂସଦ ହୋଇ ଭାରତବର୍ଷର ନେତୃତ୍ୱ ନେଇ ଆସୁଛନ୍ତି ଓ ମୋ ଭଳି ହଜାର ହଜାର ଯୁବପିଢୀ ତାଙ୍କୁ ନିଜର ଆଦର୍ଶ ମାନୁଛନ୍ତି। ରାହୁଲ ଗାନ୍ଧୀଜୀ ଯେତେଥର ବିଦେଶଯାତ୍ରା କରିଛନ୍ତି ଦେଶର ବିକାଶ ପାଇଁ ନୂତନ ପ୍ରଯୁକ୍ତି ବିଦ୍ଯା ସମ୍ବନ୍ଧୀୟ ଆଲୋଚନା କରିଥାନ୍ତି। ବିଦେଶର ଥିବା ବିଶ୍ବବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନାଚକ୍ରରେ ଭାଗନେଇ ସେମାନଙ୍କୁ ଉଦବୋଧନ ଦେଇଥାନ୍ତି। ତେବେ ଦେଶ ଆଜି ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଭ୍ରାନ୍ତିକର ବକ୍ତବ୍ୟ ଦେଇ ଦେଶର ମୁଖ୍ଯ ମୁଦ୍ଦାକୁ ବାଟବଣା କରିବାର ଅପପ୍ରୟାସରୁ ନିବୃତ୍ତ ରୁହନ୍ତୁ। ପୁରୀରେ 77% ବିଦେଶୀ ପର୍ଯ୍ୟଟକ ଉଣା ହୋଇଛି, ସେମାନେ ପୁରୀ ଆସିବାକୁ ଚାହୁଁ ନାହାନ୍ତି କାରଣ ଆପଣଙ୍କ ନିଜ ସଂସଦୀୟ କ୍ଷେତ୍ର ପୁରୀରେ ନାରୀ ନିର୍ଯାତନା, ଶିଶୁ ବଳତ୍କାର ମାମଲା, ଭିଡହିଂସା, ହତ୍ଯା, ରାଜହାନୀ ଭଳି ଅନେକ ଘଟଣା ପ୍ରତ୍ୟେକ ଦିନ ବଢିଚାଲୁଥିବା ବେଳେ ବିଭ୍ରାନ୍ତି କର ଉକ୍ତି ଦେବା ଛାଡି ନିଜ ସଂସଦୀୟ କ୍ଷେତ୍ରର ବିକାଶ ତଥା ଉନ୍ନତି ଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking