ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଡିଜେଲର ମହାମାରୀ । ଲୋକଙ୍କୁ ମିଳୁନାହିଁ ଡିଜେଲ । କାହାର ଅଟୋ ପାଇଁ ତେଲ ମିଳୁନାହିଁ ସେ କିଭଳି ଇଏମଆଇ । ଅନ୍ୟପଟେ କିଛି ବର୍ଷା ଆସିବା ପରେ ଚାଷୀ ତାର ଚାଷ କାମ ଆରମ୍ଭ କରିଛି ହେଲେ ତେଲ ନମିଳିଲେ କିଭଳି ଟ୍ରାକ୍ଟର ଚାଲିବ ଆଉ ଚାଷ କାମ ହେବ ।ଏହା ସହ ସବୁ ସ୍ତରର ବ୍ୟକ୍ତିଙ୍କୁ ବର୍ତ୍ତମାନ ତେଲ ପାଇଁ ବହୁତ ସଂଗ୍ରାମ କରିବାକୁ ପଡୁଛି । ଯାହାଫଳରେ ଲୋକମାନେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।










