36.1 C
Bhubaneswar
Thursday, May 21, 2026
Homeଓଡିଶାବିଚ ରାସ୍ତାରେ ଯୁବକଙ୍କୁ ମାଡ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ବିଚ ରାସ୍ତାରେ ଯୁବକଙ୍କୁ ମାଡ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ଗଞ୍ଜାମ: ବ୍ରହ୍ମପୁର ସହରର ଗିରି ରୋଡରେ ଉମେଶ ରଥ ନାମକ ଜଣେ ଯୁବକଙ୍କୁ ନିର୍ଧୁମ ମାଡ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଗତକାଲି ରାତିରେ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଗତ ୧୮ ତାରିଖ ରାତି ୯ଟାରେ ଲୋକଙ୍କ ଉପସ୍ଥିତିରେ ଉମେଶ ଓ ତାଙ୍କ ବାନ୍ଧବୀଙ୍କୁ ଅତି ଅମାନୁଷିକ ଭାବେ ମାଡ ମାରିଥିଲେ କିଛି ଦୁର୍ବୃତ୍ତ । ଏହି ମାମଲାରେ ମୁକେଶ ଥିଲା ମୁଖ୍ୟ ଅଭିଯୁକ୍ତ । ଏହି ଘଟଣାରେ ମୁକେଶ ଥିଲା ମୁଖ୍ୟ ଅଭିଯୁକ୍ତ । ଏହି ଘଟଣାରେ ପୋଲିସ ଆଜି ଅନ୍ୟ ୨ ଅଭିଯୁକ୍ତ ଶ୍ରୀରାମନଗର ଅଞ୍ଚଳର ଲିଙ୍ଗରାଜ ସାମଲ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳର ରାଜୁ ମାଲହୋତ୍ରା ଗିରଫ କରିଥିଲା । ସେମାନଙ୍କ ସୂଚନା ଆଧାରରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶକୁ ଗୋଳନ୍ଥରା ଥାନା ଅଞ୍ଚଳରେ ଏନକାଉଣ୍ଟର କରାଯାଇଥିବା ବ୍ରହ୍ମପୁର ଏସପି ଶରଭଣା ବିବେକ ଏମ ପ୍ରକାଶ କରିଛନ୍ତି । ପୁଲିସ ଗୁଳିରେ ଆହତ ମୁକେଶକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୪୮ ଘଣ୍ଟା ପରେ ପୁଲିସ ଗତକାଲି ଅପରାହ୍ମରେ ଦୁଇ ଅଭିଯୁକ୍ତ ଲିଙ୍ଗରାଜ ଓ ରାଜୁକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଦୁଇଟି ସ୍କୁଟର, ଠେଙ୍ଗା ଓ ମୋବାଇଲ ଜବତ କରାଯାଇଛି । ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଧରପଗଡ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking