38.1 C
Bhubaneswar
Tuesday, May 19, 2026
Homeଓଡିଶାରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ: ୩ ଡିଗ୍ରୀ ବଢ଼ିବ ତାତି

ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ: ୩ ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ବର : ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୪୩.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ପୁଣି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୭ ସହରରେ ପାରଦ ୪୦ ଡିଗ୍ରୀ ଛୁଇଁଛି। ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଥିବା ବେଳେ ପାରଦ ଉପରମୁହଁ ହୋଇଛି। ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବା ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ଏହାପରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୋମବାର ରାଜ୍ୟର ୧୭ ସହରରେ ୪୦ ଡିଗ୍ରୀ କିମ୍ବା ତା’ଠୁ ଅଧିକ ତାପମାତ୍ରା ରହିଥିଲା। ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ବୌଦ୍ଧ ୪୨.୮, ଅନୁଗୋଳ ଓ ସମ୍ବଲପୁର ୪୨.୩, ହୀରାକୁଦ ୪୨, ବାରିପଦା ୪୧.୮, ନୟାଗଡ଼ ୪୧.୭, ତାଳଚେର ୪୧.୬, ବଲାଙ୍ଗିର, ଟିଟିଲାଗଡ଼ ଓ ଭବାନୀପାଟଣା ୪୧.୫, ସୋନପୁର ୪୦.୮, ଖୋରଧା ଓ ସୁନ୍ଦରଗଡ଼ ୪୦.୫, ବରଗଡ଼ ୪୦.୪, ବାଲେଶ୍ବର ୪୦.୨, ଭଦ୍ରକରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ବରରେ ୩୯ ଏବଂ କଟକରେ ତାପମାତ୍ରା ୩୯.୬ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବାରୁ ଏହି ଜିଲାଗୁଡ଼ିକୁ ସତର୍କ ସୂଚନା ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking