36.1 C
Bhubaneswar
Tuesday, May 19, 2026
Homeଓଡିଶାଓଡିଶା କେତେ ଆଉ ଲଜ୍ଜିତ ହେବ: ନବୀନ

ଓଡିଶା କେତେ ଆଉ ଲଜ୍ଜିତ ହେବ: ନବୀନ

ଭୁବନେଶ୍ୱର: ବ୍ରହ୍ମପୁରର ବିଚ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବ ସମ୍ମୁଖରେ ଅତି ନିର୍ମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି, ଏହି ମରଣାନ୍ତକ ଆକ୍ରମଣ କରାଯିବା ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ । ସାରା ଓଡିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି । ଏମିତି ଲାଗୁଛି, ବିଜେପି ସରକାର ଓଡିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଉଛି । ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣଣ୍ଡ ଘଟାଇଛନ୍ତି । ଆହୁରି ପ୍ରଶ୍ନ କରିଛନ୍ତି, କୁଆଡେ ଯାଉଛି ପୋଲିସ ପ୍ରଶାସନ , କୁଆଡେ ଯାଉଛି ଆଇନ କାନୁନ ବ୍ୟବସ୍ଥା ? ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ ? ଓଡିଶା କେତେ ଆଉ ଲଜ୍ଜିତ ହେବ ? ମିଛ ବାହାସ୍ଫୋଟରେ ସରକାର ଚାଲେନି , ଲୋକଙ୍କୁ ସୁରକ୍ଷା ଦରକାର । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ ଶାସନ ପାଇଁ ଓଡିଶା ସାରା ଦେଶରେ ନିନ୍ଦିତ ହେଉଛି । ଭାଜପା ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ । ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking