36.1 C
Bhubaneswar
Tuesday, May 19, 2026
Homeଓଡିଶାବିଚ୍‌ ରାସ୍ତାରେ ଯୁବକ ଓ ଯୁବତୀଙ୍କୁ ନିର୍ଧୁମ ମାଡ଼

ବିଚ୍‌ ରାସ୍ତାରେ ଯୁବକ ଓ ଯୁବତୀଙ୍କୁ ନିର୍ଧୁମ ମାଡ଼

ବ୍ରହ୍ମପୁର: ମରିଗଲା ମଣିଷଙ୍କ ମାନବିକତା । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା କରିଥିବା ଘଟଣା ମନରୁ ନ ଲିଭୁଣୁ ବ୍ରହ୍ମପୁରରୁ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଗତକାଲି ବ୍ରହ୍ମପୁରର ଲାଞ୍ଜିପଲ୍ଲୀରେ ଜଣେ ପେଷାଦାର ଅପରାଧୀଙ୍କୁ ଏନକାଉଣ୍ଟର କରି ବାହାବା ନେବାର ୨୪ ଘଣ୍ଟା ନପୁରୁଣୁ ବ୍ରହ୍ମପୁରର ଗିରି ମାର୍କେଟରେ ଜଣେ ଯୁବକ ଓ ଯୁବତୀଙ୍କୁ ଅତି ନିର୍ମମ ଭାବେ ମାଡ ମାରି ଦୁର୍ବୃତ୍ତ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୯ଟା ବେଳେ ଯୁବକ ଏବଂ ତାଙ୍କ ବାନ୍ଧବୀ ଗିରି ମାର୍କେଟରେ ରାସ୍ତା କଡରେ ଥିବା ଫାଷ୍ଟଫୁଡ ଷ୍ଟଲକୁ ଖାଇବାକୁ ଆସିଥିଲେ । ଠିକ ସେତିକି ବେଳେ ଦୁଇ ଜଣ ଯୁବକ ହକି ଷ୍ଟିକ ଓ ଠେଙ୍ଗା ଧରି ସେଠାରେ ପହଞ୍ଚି କିଛି ନ ଦେଖି ଯୁବକଙ୍କୁ ନିର୍ଧୁମ ମାଡ ମାରି ଚାଲିଥିଲେ । ପରେ ଯୁବକ ଜଣଙ୍କ ତଳେ ପଡି ସାହାଯ୍ୟ ପାଇଁ ଚିତ୍କାର କରିବା ସହ ହାତ ଲୋଡିଥିଲେ । ଯୁବତୀ ଜଣକ ମଧ୍ୟ ତାଙ୍କ ପୁରୁଷ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ତଥାପି ଦୁର୍ବୃତ୍ତମାନେ ନ ଅଟକି ମାରି ଚାଲୁଥିଲେ ଯୁବକଙ୍କୁ । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଆକ୍ରମଣକାରୀ ମୁଣ୍ଡକୁ ପାହାର ଦେଉଥିବା ବେଳେ ଆଉ ଜଣେ ଯୁବକଙ୍କର ଗୋଡକୁ ପିଟି ଚାଲୁଥିଲା । ପ୍ରତ୍ୟେକ୍ଷଦର୍ଶୀ ଦେଖୁଥିଲେ ସୁଦ୍ଧା ଭୟରେ କିଏ ମଧ୍ୟ ଯୁବକ ଏ ଯୁବତୀଙ୍କୁ ବଞ୍ଚାଇ ନଥିଲେ । ମାଡ ମାରି ଘଟଣା ସ୍ଥଳରୁ ଦୁଇ ଦୁର୍ବୃତ୍ତ ପଳାଇ ଯାଇଥିଲେ । ପରେ ସେଠାରେ ଥିବା ଲେକମାନେ ପୋଲିସକୁ ଖବର ଦେବା ସହ ଆହତ ଅବସ୍ଥାରେ ଉଭୟଙ୍କୁ ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ହେଲେ ପ୍ରଶ୍ନ ଉଠୁଛି ଏତେ ଲୋକଙ୍କ ସାମ୍ନାରେ ଦୁଇ ଜଣଙ୍କୁ ମାଡ ମାରିଲେ ତଥାପି କେହି କେମିତି ପ୍ରତିବାଦ କରିଲେ ନାହିଁ , ପୋଲିସକୁ କଣ ଲୋକଙ୍କ ଭୟ ନାହିଁ କି? ଯାହା ଏବେ ସାଧାରଣ ଲୋକଙ୍କ ମନରେ ଆଲୋଡନ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking