ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଖଣ୍ଡ ଯୁଦ୍ଧ ସ୍ଥିତି ଦେଖାଦେଇଛି । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ , ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ଢିଙ୍କିଆ ବିସ୍ଥାପିତଙ୍କ ରଣହୁଙ୍କାର ପଦଯାତ୍ରା ପରେ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ୬ରୁ ଆରମ୍ଭ ହୋଇଥିବା ପ୍ରତି ପଦଯାତ୍ରା ଆଜି ଭୁବନେଶ୍ୱରରେ ସରିଲା । ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ଆଡକୁ ଯାଉଥିଲେ ବିକ୍ଷୋଭକାରୀ ହେଲେ ପୋଲିସ ସେମାନଙ୍କୁ ଅଟକାଇଛନ୍ତି ।










