35.1 C
Bhubaneswar
Monday, May 18, 2026
Homeଓଡିଶା୪ ଦଫା ଦାବି ନେଇ ଧାରଣାରେ ଆମ ବସ୍ କର୍ମଚାରୀ

୪ ଦଫା ଦାବି ନେଇ ଧାରଣାରେ ଆମ ବସ୍ କର୍ମଚାରୀ

ଭୁବନେଶ୍ୱର: ଧାରଣାରେ ଆମ ବସ କର୍ମଚାରୀ । ଦରମା ନ ମିଳିବାରୁ ଧାରଣାରେ କର୍ମଚାରୀ । ଯାତ୍ରୀ ହନ୍ତସନ୍ତ । ୪ ଦଫା ଦାବି ନେଇ ଭୁବନେଶ୍ୱର ପାତ୍ରପଡା ଭଗବାନପୁର ଡିପୋରେ ଆମ ବସ କର୍ମଚାରୀଙ୍କ ଆନ୍ଦୋଳନ । ଭଗବାନପୁର ଡିପୋ ରୁ ୪୫ଟି ରୁଟରେ ୧୧୭ ବର୍ତ୍ତମାନ ସୁଦ୍ଧା ଗଡିନି ।ଦରମା ନ ଆସିବାରୁ ଭୋର ୪ଟାରୁ ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ । ଠିକ ସମୟରେ ଦରମା ପ୍ରଦାନ ସହ ସଠିକ ସମୟରେ ଇପିଏଫ ଏବଂ ଇଏସଆଇ ଯେଗାଇ ଦେବା , ପ୍ରତ୍ୟେକ ପିଲା ୩୦ ଟା ଡ୍ୟୁଟିରୁ ଅଧିକ କରିପାରିବେ ନାହିଁ, ଏଫସି କିମ୍ବା ଏଫଏନସି କେସରେ ଯଦି ପାସେଞ୍ଜର କେବଳ ୧୦ ଗୁଣ ଅଥବା ୫୦୦ ଟଙ୍କା ଯାଏଁ ଜରିମାନା ଦେବେ ତାହାଲେ ୫୦୦୦ ଟଙ୍କା ଦେବ । ଆଉ ତା ସହିତ ୫ ଦିନ ଡ୍ୟୁଟି ବନ୍ଦ କରିବା ଦାବି ନେଇ ଧାରଣା ଦେଇଛନ୍ତି । ଏହାର କିଛି ବ୍ୟବସ୍ଥା ନିହାତି କରିବା ପାଇଁ ସେମାନେ ଦାବି କରିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କର୍ମଚାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking