ନୟାଗଡ଼: ନୟାଗଡ଼ରେ ପୁଣି ହତ୍ୟା । କଳାମୁଗୁନି ପଥର ଖଣି ଭିତରୁ ମୃତ ଦେହ ଠାବ । ଦୁଇ ଦିନ ହେଲାଣି ନିଖୋଜ ଥିଲେ ଯୁବକ । ମୃତକ ଜଣକ ହେଲେ ୩୪ ବର୍ଷୀୟ ପ୍ରତାପ କୁମାର ପାଟ୍ଟଶାଣୀ । ତାଙ୍କ ଘର କରେଣ୍ଡା ଟାଙ୍ଗୀ ପଞ୍ଚାୟତର ନୂଆପଡ଼ା ଗ୍ରାମର । ଆଜି ସକାଳେ ଜଣେ ମହିଳା ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ପ୍ରତାପଙ୍କୁ ଦେଖି ତାଙ୍କ ବାପା ନକୁଳ ପ୍ରଧାନଙ୍କୁ ଜଣାଇଥିଲେ । ମୃତ ଦେହ ପଚି ଶାଢ଼ୀ ଦୁର୍ଗନ୍ଧ ହେଉଛି । ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଧେହ କରାଯାଉଛି । ଦୀର୍ଘ ଦିନ ଧରି ତାଙ୍କ ବାପା ନକୁଳ ଏକ କ୍ରସର୍ ଚଳାଇ ଆସୁଥିଲେ । ସରକାର ପରିବର୍ତ୍ତନ ପରେ କ୍ରସରକୁ ନେଇ ମର୍ଡର ବୋଲି ସନ୍ଦେହ କରାଯାଉଛି । ତେବେ ଘଟଣା ସ୍ଥଳରେ ଚାନ୍ଦପୁର ପୁଲିସ୍ ଘଟଣା ପହଞ୍ଚି ତଦନ୍ତ ଚଳାଇଛି ।










