ଭୁବନେଶ୍ୱର: ଖୁବଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ ହୋଇଯାଇଛି । ପିଏସୟୁରେ ତଥ୍ୟ ମାଗିଲେ ସରକାର । ରାଜ୍ୟ ସରକାରଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗକୁ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ମଗାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁଯାୟୀ, ୨୦୨୪ ଜୁନ ୧୨ରୁ ୨୦୨୬ ଏପ୍ରିଲ ତାରିଖ ମଧ୍ୟରେ କେଉଁ ପିଏସୟୁରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ ଜୁନ ୩୦ ସୁଦ୍ଧା କେଉଁ ସବୁ ପଦବୀରେ ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ ଆଉ କେତେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି ସେସବୁର ସମ୍ପୁର୍ଣ୍ଣ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ବିଭାଗକୁ ଇ-ମେଲରେ ଦେବାକୁ କୁହାଯାଇଛି । କେବଳ ସେତିକି ନୁହେଁ ପିଏସୟୁରେ ଖାଲି ପଡିଥିବା ପଦବୀ ଓ ମୋଟ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ମଗାଯାଇଛି ।










