35.1 C
Bhubaneswar
Saturday, May 16, 2026
Homeଦେଶ ବିଦେଶଆଇଏସ୍‌ଆଇଏସ୍‌ର ଶୀର୍ଷ କମାଣ୍ଡର ଅବୁ ବିଲାଲ୍ ନିହତ

ଆଇଏସ୍‌ଆଇଏସ୍‌ର ଶୀର୍ଷ କମାଣ୍ଡର ଅବୁ ବିଲାଲ୍ ନିହତ

ନୂଆଦିଲ୍ଲୀ: ଦେଶରେ ବିମାନ ଟିକଟ ଦରରେ ଘଟିଥିବା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଯାତ୍ରୀମାନଙ୍କୁ ଆବଶ୍ୟକ ଆବଶ୍ୟକ ଆଶ୍ୱସ୍ତି ପ୍ରଦାନ କରିବା ସହ ଦିଗରେ ପଦକ୍ଷେପ ନେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଜଷ୍ଟିସ ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍‌ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ସମାନ ରୁଟ ପାଇଁ ଗୋଟିଏ ଦିନରେ ଏକ ଏୟାରଲାଇନର ଟିକଟ ଦାମ ୮୦୦୦ ଟଙ୍କା ରହୁଥିବା ବେଳେ ଆଉ କାହାର ୧୮ ହଜାର ଟଙ୍କା ରହୁଛି । ଟିକଟ ଦାମରେ ରହୁଥିବା ଏହି ତାରତମ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ଯାତ୍ରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଦରକାର ବୋଲି ସରକାରଙ୍କ ପାଇଁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ କହିଥିଲେ । ବିମାନ ଟିକଟ ଦାମରେ ହେଉଥିବା ହଠାତ ବୃଦ୍ଧିକୁ ବିରୋଧ କରି ସମାଜସେବୀ ଏସ ଲକ୍ଷ୍‌ମୀ ନାରାୟଣ ଏକ ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ଦେଶରେ ଏୟାରକ୍ରାଫ୍ଟ ନିୟମ ୧୯୩୭ ପ୍ରଚଳନରେ ଅଛି । କିନ୍ତୁ ତାହାର ଧାରାଗୁଡିକୁ ପାଳନ କରାଯାଉନାହିଁ । ଟିକଟ ଦରକୁ ନେଇ ଏୟାରଲାଇନଗୁଡିକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ କୌଣସି ନିର୍ଦ୍ଦେଶ ଦେଉନାହିଁ । ଇତି ମଧ୍ୟରେ ସରକାର ୨୦୨୫ ଜାନୁଆରୀରୁ ଭାରତୀୟ ବାୟୁଯାନ ଅଧିନିୟମ ଲାଗୁ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ରେ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking