29.4 C
Bhubaneswar
Monday, June 8, 2026
Homeଓଡିଶାପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ

ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜସ୍ଥାନର ନାଗୌର ଅନ୍ତର୍ଗତ ମେର୍ଟା ସହରରେ ରାଜପୁତ ଶାସକ ରାଓ ଡୁଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ପଡ଼ୋଶୀ ପାକିସ୍ତାନକୁ ଅତ୍ୟନ୍ତ କଠୋର ଭାଷାରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ପାକିସ୍ତାନ ପୁଣି ଥରେ ଭାରତ ଉପରେ ଖରାପ ନଜର ପକାଇବାକୁ ସାହସ କରେ, ତେବେ ତାକୁ ଏପରି ପରିଣତି ଭୋଗିବାକୁ ପଡ଼ିବ ଯାହା ପୂର୍ବରୁ କେବେ ଘଟିନାହିଁ। ଭାରତ ଆଉ ନୀରବରେ କଷ୍ଟ ସହିବାକୁ ପ୍ରସ୍ତୁତ ନୁହେଁ। ରାଜନାଥ ସିଂହ ନିଜ ଅଭିଭାଷଣରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ କହିଥିଲେ ଯେ, ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ। ମାତ୍ର ଭାରତୀୟ ସଂସ୍କୃତି ଜାତି ବା ଧର୍ମ ଆଧାରରେ ବିଭାଜନ ଶିଖାଏ ନାହିଁ। ଭାରତ ସବୁବେଳେ ନ୍ୟାୟ ଓ ମାନବିକତାରେ ବିଶ୍ୱାସ କରେ, କିନ୍ତୁ ଆତଙ୍କବାଦୀଙ୍କ ଏହି ବର୍ବର କାଣ୍ଡ ପାଇଁ ଭାରତ ଏପରି ଶକ୍ତିଶାଳୀ ଜବାବ ଦେଇଛି ଯେ ଶତ୍ରୁ ସ୍ତବ୍ଧ ହୋଇଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି କେହି ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ କରେ, ତେବେ ସେନା ସେମାନଙ୍କ ଘରେ ପଶି ପ୍ରତିଶୋଧ ନେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ସୁରକ୍ଷା ନୀତିରେ ଐତିହାସିକ ପରିବର୍ତ୍ତନ ହୋଇଛି ଏବଂ ଦେଶ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ପ୍ରଶ୍ରୟ ଦେବ ନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking