ନୂଆଦିଲ୍ଲୀ: ବଢିଲା ତେଲ ଦର । ୩ ଟଙ୍କା ଲେଖାଏଁ ବଢିଲା ପେଟ୍ରୋଲ , ଡିଜେଲ ଦର । ସିଏନଜି ଦର ବି ୨ ଟଙ୍କା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ୧୦୪ ଟଙ୍କା ପାର ହୋଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ପାର ହୋଇଛି । ଦିଲ୍ଲୀରେ ୯୪ ଟଙ୍କାରୁ ୯୭ ଟଙ୍କାକୁ ବଢିଲା ପେଟ୍ରୋଲ , ଡିଜେଲ ଦର ୯୦ ଟଙ୍କା ପାର ହୋଇଛି । ସେହିପରି କୋଲକାତାରେ ପେଟ୍ରୋଲ ୧୦୮. ୭୪ ଟଙ୍କା , ମୁମ୍ବାଇରେ ୧୦୬ . ୬୮ ଟଙ୍କା , ଚେନ୍ନାଇରେ ୧୦୩.୬୭ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର । ଏବଂ ଡିଜେଲ ଦର କୋଲକାତାରେ ୯୫.୧୩ , ମୁମ୍ବାଇରେ ୯୩.୧୪ , ଚେନ୍ନାଇରେ ୯୫.୨୫ ଟଙ୍କାରେ ପହଞ୍ଚିଛି ।










