ଭୁବନେଶ୍ୱର: ରାଜ୍ୟରେ ତୈଳ ସଙ୍କଟ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ଏହା ଜାତୀୟ କ୍ରାଇସିସ । ତୈଳ ଆମେ ଆମଦାନୀ କରୁଛୁ । ଯେତେବେଳେ ତୈଳ ସଙ୍କଟ ହେବ ସମସ୍ତ କଥା ଆସେ । ସମସ୍ତ ଦେଶ ଏକାଠି ହୋଇ ଲଢେଇ କରିବାକୁ ପଡିବ । ଆଗାମୀ ଦିନରେ ଭାରତର ଅର୍ଥନିତୀକୁ ସଠିକ ଭାବରେ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଲୋକଙ୍କ ଆଗରେ ରଖିଛନ୍ତି । କ୍ରାଇସିସକୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତୈଳ ମିଳୁଛି ଯାହା ଆମ ଦରକାର ଅନୁଯାୟୀ, ପର୍ଯ୍ୟାପ୍ତ ନୁହେଁ । ଅନ୍ୟ ଦେଶ ଏହି ଅସୁବିଧାକୁ ଭୋଗିଛନ୍ତି । ଭାରତ ତାର ଆଗୁଆ ଯୋଜନାରୁ ଏଭଳି ସ୍ଥିତି ସୃଷ୍ଟି ହୋଇନି । ସପ୍ଲାଇ ଚେନ ପାଇଁ ଏମିତି ହୋଇଛି । ସମସ୍ତେ ଏକାଠି ହୋଇ ଲଢିବା ।










