32.1 C
Bhubaneswar
Tuesday, May 12, 2026
Homeଓଡିଶାବାରଙ୍ଗରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୩ ଗୁରୁତର

ବାରଙ୍ଗରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୩ ଗୁରୁତର

କଟକ : ଦିନକୁ ଦିନ ରକ୍ତ ରଞ୍ଜିତ ହେଉଛି ରାଜ୍ୟ । ବାଲିପାଟଣା, ନୟାଗଡ଼, ବାଲିଅନ୍ତା ପରେ ଆଜି ବାରଙ୍ଗ ବଜାରରେ ହୋଇଛି ହିଂସାକାଣ୍ଡ । ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ କାରଣରୁ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ମୁଣ୍ଡଳୀ ନିକଟରେ କିଛି ଲୋକ ହଠାତ ଆସି ୩ ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩ ଜଣ ଯାକ ଗୁରୁତର ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ଜୋନ୪ ଏସପି ଓ ବାରଙ୍ଗ ଥାନା ଅଧିକାରୀ ପହଂଚିଛନ୍ତି । ସଦ୍ୟ ସୂଚନା ମୁତାବକ ୬ ଜଣ ଲୋକ ଏକ ଗାଡ଼ିରେ ଆସି ଦହିବରା ବ୍ୟବସାୟୀ କାହ୍ନୁ ଦଳେଇଙ୍କୁ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ଦେଖି ପାଖରେ ଥିବା ଅନ୍ୟ ଦୁଇ ଦୋକାନୀ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଆକ୍ରମଣକାରୀମାନେ ସେମାନଙ୍କୁ ମଧ୍ୟ ଖଣ୍ଡାରେ ହାଣିପକାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking