ମୟୂରଭଂଜ: ଗାଁରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା । ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ମୟୂରଭଂଜ ଜିଲ୍ଲା ଉଦଳା ଥାନା ବରହମପୁର ଗାଁରେ ଏହି ଘଟଣା ଘଟିଛି । ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତିରେ ଗାଁରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିଥିଲେ । ଏହାପରେ କୌଶଳ କ୍ରମେ ଜଣେ ଘଟଣାସ୍ଥଳରୁ ଖସି ପଳାଇଥିଲା। ଅନ୍ୟ ଜଣକୁ ବାନ୍ଧି ରଖିଥିଲେ ଗ୍ରାମବାସୀ । କେନ୍ଦ୍ରାପଡ଼ାରେ ପୁଣି ବାଲିଅନ୍ତା ଭଳି ବର୍ବରତା ।ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଆକ୍ରମଣ। ୧୫ରୁ ଅଧିକ ଯୁବକ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ଥାନା ଖାରନାଶି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଯୁବକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଯୁବକ ଜଣଙ୍କ କୁଆଡେ ନିଜ ସ୍ତ୍ରୀଙ୍କୁ ମାଡ ମାରିଥିଲେ । ପରେ କିଛି ଲୋକ ୧୦ଟି ବାଇକରେ ପହଞ୍ଚି ଗାଁ ଦାଣ୍ଡରେ ନିର୍ମମ ଭାବେ ମାଡ଼ ମାରିଥିଲେ । ପରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି ।










