ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ ମାଫିଆଙ୍କ ଆତଙ୍କ ରାଜ। ଗଞ୍ଜେଇ ଗାଡିକୁ ଅଟକାଇବାରୁ ପୁଲିସ କର୍ମଚାରୀଙ୍କୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ। ଭରତପୁର ନିକଟରେ ଜାତୀୟ ତଦନ୍ତ କାରୀ ଏଜେନ୍ସି ନାର୍କୋଟିସ୍ ଏବଂ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଥିଲା। ଗଞ୍ଜେଇ ମାଫିଆ ମାନେ ଦୁଇଟି ଚେକପୋଷ୍ଟକୁ ଭାଙ୍ଗି ପୋଲିସକୁ ଚଢାଇ ମାରିଦେବାକୁ ଉଦ୍ୟମ କରିଥିଲେ। ବୌଦ୍ଧରୁ ପଶ୍ଚିମ ବଙ୍ଗ ଚାଲାଣ ହେଉଥିଲା ଗଞ୍ଜେଇ। କୁଇଣ୍ଟାଲରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ। ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବା ସୂଚନା। ଅଭିଯୁକ୍ତମାନେ ଚେକପୋଷ୍ଟକୁ ଭାଙ୍ଗି ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଛି।
ବହୁ ଛକାପଞ୍ଝା ପରେ ଶେଷରେ ନିଶା ମାଫିଆ ନାର୍କୋଟିସ୍ ବ୍ୟୁରୋ ଭୁବନେଶ୍ୱର କବଜାରେ ଧରାପଡ଼ିଛନ୍ତି। ସେମାନେ ଚନ୍ଦକା ଜଙ୍ଗଲ କୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ଧାରୁଆ ନିକଟରେ ତିନି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି। ମାଫିଆଙ୍କ ଦୁଇଟି ଦାମି ଗାଡ଼ି ମଧ୍ୟ ଜବତ୍ କରାଯାଇଛି। ଗୋଟିଏ ପାଇଲଟ୍ ଭ୍ୟାନ ଗଞ୍ଜେଇ ଭର୍ତି ଗାଡ଼ିକୁ ସୁରକ୍ଷା ଦେଇ ଆଗେ ଆଗେ ଆସୁଥିଲା। ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ଜଣ ପଡ଼ିବା ପରେ ନାର୍କୋଟିସ୍ ଟିମ୍ ରାସ୍ତା ବ୍ଳକ କରି ଯାଂଚ କରୁଥିଲେ। ସେମାନେ ନାର୍କୋଟିସ୍ ଗାଡିକୁ ଧକ୍କା ଦେବାରୁ ସେ ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଫିସର୍ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଶା ମାଫିଆ ତିନି ଜଣକୁ ରଖି ଅଧିକ ପଚରା ଉଚରା ଜାରି ରହିଛି।










