30.1 C
Bhubaneswar
Saturday, May 9, 2026
Homeଓଡିଶାକାର ଦୁର୍ଘଟଣାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

କାର ଦୁର୍ଘଟଣାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାକଲ୍ୟାଣସିଂହପୁର ଥାନା ୪୬ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା କୃଷ୍ଣନଗର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାୟଗଡ଼ା ଠାରୁ ଦୃତ ଗତିରେ ଆସୁଥିବା ଏକ କାର ଓ ବାଇକ୍‌ କୁ ଶକ୍ତ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ତାଣ୍ଡିପୁର ନଦୀସାହିର ଦେବ ଭତ୍ରା ଓ ଶକୁନ୍ତଳା ଭତ୍ରା। ଏହି ଦୁର୍ଘଟଣା‌ ପରେ ୪ ଘଣ୍ଟା ଧରି ଘଟଣାସ୍ଥଳରେ ମୃତକଙ୍କ ପରିବାର ଓ ଅଞ୍ଚଳବାସୀ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଖବର ନେବାରୁ ଜଣା ପଡ଼ିଛି କି ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇ ଥିବା ଦାମ୍ପତିଙ୍କୁ ଅଗ୍ନିଶମ ସେବା ଯାନରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଠାଇ ନିଆଯାଇଛି। ତତ୍ପରେ ଦୁର୍ଘଟଣା ଘଟାଇ ଥିବା କାରକୁ ଘଟଣାସ୍ଥଳରୁ ପୁଲିସ ଚମ୍ପଟ କରାଇବା ଘଟଣାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟିହୋଇଛି। ଏହା ପରେ ଏସ୍‌ଡିପିଓ ଗୌରହରି ସାହୁ ପହଞ୍ଚି ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ ଓ କଲ୍ୟାଣସିଂହପୁର ଏସ୍‌ଆଇ ସଞ୍ଜୟ ପଟ୍ଟନାୟକ ନିଜ ନିଜର ପୁଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking