ଭୁବନେଶ୍ୱର: ମହାନଦୀ ବିବାଦ ଆଉ ଜଟିଳ ନାହିଁ, ସମାଧାନ ଆଡକୁ ଯାଉଛି କହିଲେ ଏଜି । ଓଡିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି । ମହାନଦୀରେ ଜଳ ରାଶି କେତେ ତାକୁ ନେଇ ରିପୋର୍ଟ ଦାଖଲ ହୋଇଛି । ୨ ରାଜ୍ୟର ଯନ୍ତ୍ରୀ ୧୫ ଥର ବୈଠକ କରି ତଥ୍ୟ ଭିତ୍ତିକ ରିପୋର୍ଟ ରଖିଛନ୍ତି । ଟ୍ରିବ୍ୟୁନାଲ ଦ୍ୱାରା କୌଣସି ଜଳ ବିବାଦର ସମାଧାନ ହୋଇନାହିଁ । କିଛି ଲୋକ ନିଜ ରାଜନୈତିକ ଫାଇଦା ପାଇଁ ଅଦାଲତ ଯାଇଥିଲେ । ୭ ବର୍ଷ ଭିତରେ ଅଦାଲତି କାର୍ଯ୍ୟ କିଛି ଆଗେଇ ନଥିଲା । ଟ୍ରିବ୍ୟୁନାଲଙ୍କୁ ଧନ୍ୟବାଦ ଆପୋଷ ବୁଝାମଣା ପାଇଁ ସମ୍ମତି ଦେଇଛନ୍ତି ।










