27.1 C
Bhubaneswar
Thursday, May 7, 2026
Homeଓଡିଶାଭୁବନେଶ୍ୱରରେ ପି.ଏମ.ଜି.ଏସ.ୱାଇ ଆଞ୍ଚଳିକ ସମୀକ୍ଷା ବୈଠକ ଆରମ୍ଭ; ଗ୍ରାମୀଣ ରାସ୍ତାର ଗୁଣବତ୍ତା ଏବଂ ପ୍ରକଳ୍ପ ସମୟସୀମା...

ଭୁବନେଶ୍ୱରରେ ପି.ଏମ.ଜି.ଏସ.ୱାଇ ଆଞ୍ଚଳିକ ସମୀକ୍ଷା ବୈଠକ ଆରମ୍ଭ; ଗ୍ରାମୀଣ ରାସ୍ତାର ଗୁଣବତ୍ତା ଏବଂ ପ୍ରକଳ୍ପ ସମୟସୀମା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ) ଉପରେ ଦୁଇ ଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଆଜି ଭୁବନେଶ୍ୱରସ୍ଥିତ ୱେଲକମ୍ ହୋଟେଲ ରେ ଆରମ୍ଭ ହୋଇଯାଇଛି।ଗ୍ରାମୀଣ ରାସ୍ତା ବିକାଶର ପ୍ରଗତି ସମୀକ୍ଷା, ସମସ୍ୟା ଚିହ୍ନଟ ଏବଂ ଭବିଷ୍ୟତ ଯୋଜନା ପାଇଁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ବୈଠକ ଆୟୋଜନ କରାଯାଉଛି, ଯେଉଁଥିରେ ଓଡ଼ିଶା ଆୟୋଜକ ରାଜ୍ୟ ଭାବେ ଭୂମିକା ନିର୍ବାହ କରୁଛି। ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଜାତୀୟ ଗ୍ରାମୀଣ ଭିତ୍ତିଭୂମି ବିକାଶ ସଂସ୍ଥା (ଏନଆରଆଇଡିଏ) ଓ ବିଭିନ୍ନ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ପିଏମଜିଏସୱାଇର ଗୁରୁତ୍ୱ କେବଳ ସଡକ ନିର୍ମାଣରେ ସୀମିତ ନ ରହି, ନିର୍ମାଣ କାର୍ଯ୍ୟର ଗୁଣବତ୍ତା ବୃଦ୍ଧି ଓ ସଠିକ ରକ୍ଷଣାବେକ୍ଷଣା ଉପରେ ମଧ୍ୟ କେନ୍ଦ୍ରିତ ହୋଇଛି ବୋଲି ଉଦଘାଟନୀ ଅଧିବେଶନରେ ଉପସ୍ଥିତ ଅଧିକାରୀମାନେ ମତ ପ୍ରକାଶ କରିଥିଲେ। ପାହାଡ଼ିଆ ଅଞ୍ଚଳ, ଅଧିକ ବର୍ଷା ଓ ବିକୀର୍ଣ୍ଣ ବସତି ଭଳି ଏହି ଅଞ୍ଚଳର ରାଜ୍ୟମାନଙ୍କ ଅନନ୍ୟ ସମସ୍ୟା ଗୁଡିକୁ ଏହି ବୈଠକରେ ଉଲ୍ଲେଖ କରାଯାଇଥିଲା।

ବୈଠକରେ ପୂର୍ବ ପର୍ଯ୍ୟାୟଗୁଡିକର ଅପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମାପ୍ତ କରିବା ସହିତ ପିଏମଜିଏସୱାଇ-IV କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଉଛି। ସୂଚନାଯୋଗ୍ୟ ଯେ ପୂର୍ବ ତିନି ପର୍ଯ୍ୟାୟରେ ଓଡ଼ିଶା ୯୯.୬୩ ପ୍ରତିଶତ କାର୍ଯ୍ୟ ସମାପ୍ତ କରିଥିବା ବେଳେ, ପିଏମଜିଏସୱାଇ-IVର ପ୍ରଥମ ବ୍ୟାଚରେ ୮୨୭ଟି ସଡକ (୧,୭୦୧.୮ କି.ମି.) ଅନୁମୋଦିତ ହୋଇଛି। ଏହି ବୈଠକରେ ପାରଦର୍ଶିତା ଓ ନିରୀକ୍ଷଣ ବୃଦ୍ଧି ପାଇଁ ନେଇଥିବା ପଦକ୍ଷେପ, ବିଶେଷକରି ଡିଜିଟାଲ ପ୍ରଣାଳୀର ବ୍ୟବହାର ଉପରେ ମଧ୍ୟ ଆଲୋଚନା ହେଉଛି। ଦ୍ୱିତୀୟ ଦିନରେ ଗୁଣମାନ ସୁଧାର, ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର, ଅର୍ଥ ପରିଚାଳନା ଓ ସଡକ ରକ୍ଷାଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ। ଏହି ବୈଠକ ମାଧ୍ୟମରେ ରାଜ୍ୟମାନଙ୍କ ମଧ୍ୟରେ ଅନୁଭବ ବିନିମୟ ହେବା ସହିତ ବ୍ୟବହାରିକ ସମାଧାନ ଚିହ୍ନଟ କରାଯାଇ, ଭାରତରେ ଗ୍ରାମୀଣ ସଡକ ବିକାଶକୁ ଆହୁରି ଦ୍ରୁତ, ଉନ୍ନତ ଓ ଦୀର୍ଘସ୍ଥାୟୀ କରିବାର ଲକ୍ଷ୍ୟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking