ମୟୂରଭଞ୍ଜ: ମୟୂରଭଞ୍ଜ ବାରିପଦା କୋଷ୍ଟା ବାଘଡ଼ା ରାସ୍ତା ଅବରୋଧ। ଦୀର୍ଘ ୩ ଘଣ୍ଟା ହେବ ବନ୍ଦ ରହିଛି ରାସ୍ତା । ଗାଁର ଆମ୍ବ ବଗିଚା ସମସ୍ୟାକୁ ନେଇ ରାଜାବସା ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଗ୍ରାମବାସୀ ଓ ଗ୍ରାମ କ୍ଲବକୁ ନ ପଚାରି ନିଜ ମନମୁଖୀରେ ଆମ୍ଭ ବଗିଚାକୁ ନିଲାମ କରିଲେ । ନିଲାମକୁ ନିଲମ୍ୱିତ କରିବା ପାଇଁ ରାସ୍ତାକୁ ଓହ୍ଳାଇଲେ ଗ୍ରାମବାସୀ।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।ବାରିପଦା ରାଜାବସା ଅଞ୍ଚଳରେ ସ୍ଥାନୀୟଲୋକେ ରାସ୍ତାରୋକ କରିଛନ୍ତି। ଆମ୍ବ ବାଗାନ ନିଲାମ କରିବା ପୂର୍ବରୁ ଗ୍ରାମବାସୀଙ୍କୁ ଏନେଇ ଅବଗତ କରାଯାଇନଥିବାକୁ ନେଇ ସେମାନେ ପ୍ରତିବାଦ କରିଛନ୍ତି। ପ୍ରତିବାଦ ରାସ୍ତାରୋକ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ସରକାରୀ ଅଧିକାରୀ ସେମାନଙ୍କ ପାଖକୁ ନ ଆସିବା ଯାଏଁ ପ୍ରତିବାଦ ଜାରି ରହିବ ବୋଲି ଗାଁଲୋକେ କହିଛନ୍ତି ।










