ପିପିଲି: ଯଜ୍ଞ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପିପିଲିର ପମସରା ଗ୍ରାମ । ଆରାଧ୍ୟ ଦେବତା ସିଦ୍ଧ ମହାବୀର ଙ୍କ ୧୩ ତମ ବାର୍ଷିକ ଉତ୍ସବ ଖୁବ ଆନନ୍ଦ ଓ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଯାଇଛି। ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ମନ୍ଦିର ପୀଠ। ଏହି ଅବସର ରେ ବିଶ୍ଵ ର ମଙ୍ଗଳ କାମନା କରି ଅନୁଷ୍ଠିତ ହୋଇଛି ଯଜ୍ଞ । ଦୟା ନଦୀରୁ ଶତାଧିକ ପୁରୁଷ ଓ ମହିଳା କଳସ ରେ ଜଳ ସଂଗ୍ରହ କରି ଯଜ୍ଞ ବେଦୀ ରେ ପହଞ୍ଚି ଥିଲେ । ପ୍ରତିଦିନ ସୂର୍ଯ୍ୟପୂଜା, ଗୋ ପୂଜା, ସାଲା ପୂଜା ଗୀତା ଆହୁତି ପଣ୍ଡିତ ଙ୍କ ଦ୍ଵାରା ମନ୍ତ୍ର ଉଚ୍ଚାରଣ ରେ କମ୍ପମାନ ହେଉଥିଲା ପରିବେଶ। ତିନି ଦିନ ଧରି ଚାଲିଥିବା ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ରେ ସପତ୍ନୀଙ୍କ ସହିତ ସ୍ଥାନୀୟ ଯୁବ ସମାଜସେବୀ ଜୟଦେବ ବରାଳ କର୍ତ୍ତା ଭାବରେ ଦାୟିତ୍ଵ ତୁଲାଇ ଥିଲେ । ପ୍ରତିଦିନ ସନ୍ଧ୍ୟାରେ ଭଜନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଜରିଆରେ ଧାର୍ମିକ ଚେତନା ଜାଗ୍ରତ କରାଯାଉଥିଲା। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପମସରା ଗ୍ରାମବାସୀ ଙ୍କ ସହଯୋଗ ରହିଥିଲା। ବିଶେଷ କରି ୧୩ ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ ଜରିଆରେ ଗ୍ରାମ ରେ ଭାଇଚାରା ବୃଦ୍ଧି ପାଇବା ସହିତ ଆଖ ପାଖ ଅଞ୍ଚଳରେ ଭାଇଚାରା ବୃଦ୍ଧି ପାଇଛି ବୋଲି କୁହାଯାଉଛି। ୩ଦିନ ଧରି ଆୟୋଜିତ ଏହି ଯଜ୍ଞ ଆଜି ପୂର୍ଣ୍ଣାହୁତି ହୋଇ ଶେଷ ହୋଇଛି। ଶେଷ ଦିନ ରେ ଆଖ ପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।










