34.1 C
Bhubaneswar
Wednesday, May 6, 2026
Homeଓଡିଶାପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର

ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର

ନୟାଗଡ: ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର । ଦୀର୍ଘ ୫ ଘଣ୍ଟା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ନାବାଳକର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ସୂଚନା ଥାଉ କି, ନୟାଗଡ ଜିଲ୍ଲାର କାଣିପଡା ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଁ ଯାଇଥିବା ବେଳେ ପଥର ସନ୍ଧିରେ ନାବାଳକର ମୁଣ୍ଡ ରହିଯାଇଥିଲା । ଯାହାକି ବାହରକୁ ବାହାରିବା କଷ୍ଟ ହୋଇପଡିଥିଲା । ସ୍ଥାନୀୟ ଲୋକଙ୍କ ଖବର ପାଇ ଅଗ୍ନିଶମ ବାହିନୀ , ପୋଲିସ ଟିମ ପହଞ୍ଚିଥିଲେ । ଯାବା ବହୁତ ଚ୍ୟାଲେଞ୍ଜିଂ ଥିଲା । ନାବାଳକ ଜଣକ କିପରି ମାନସିକ ବ୍ୟତିବ୍ରସ୍ତ ନହେବ , ସେନେଇ ମଝିରେ ମଝିରେ ତାଙ୍କ ସହ କଥାବାର୍ତ୍ତା ହେଉଥିଲେ । ଭୁବନେଶ୍ୱରରେ ଥିବା କଣ୍ଟ୍ରୋଲ ରୁମରୁ ନିର୍ଦ୍ଦେଶ ଦିଆଯାଉଥିଲା । ପରେ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକ ଉଦ୍ଧାର ହୋଇଥିଲେ । । ସନ୍ଧ୍ୟା ହେବା ପୂର୍ବରୁ ରେସ୍କ୍ୟୁ କରାଯାଇଥିଲା । ଯଦି ସନ୍ଧ୍ୟା ହୋଇଯାଇଥାନ୍ତା , ତେବେ ଉଦ୍ଧାର କାର୍ଯ୍ୟ ଆହୁରି ଭାରି ପଡିଯାଇଥାନ୍ତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking