ନୂଆଦିଲ୍ଲୀ: ଆମେରିକା- ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆମେରିକା ରାଷ୍ଟ୍ରପତି ମଧ୍ୟପ୍ରାଚ୍ୟରେ ବାଣିଜ୍ୟିକ ଜାହାଜଗୁଡିକୁ ସୁରକ୍ଷା ପ୍ରଦାନ କରୁଥିବା ନୌସେନା ଅଭିଯାନ ପ୍ରେଜେକ୍ଟ ଫ୍ରିଡମକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି । ତେବେ ଇରାନ ବନ୍ଦରଗୁଡିକ ଉପରେ ଆମେରିକାର ଅବରୋଧ ଜାରି ରହିବ ବୋଲି ସେ କହିଛନ୍ତି । ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲ ରେ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଚୁକ୍ତି ସମ୍ପର୍କରେ ଇରାନ ପ୍ରତିନିଧିଙ୍କ ସହ ଆଲୋଚନା ଆଗକୁ ବଢୁଛି । ଇରାନ ସହିତ ଚୁକ୍ତିକୁ ଚୂଡାନ୍ତ କରିବା ପାଇଁ ପ୍ରୋଜେକ୍ଟ ଫ୍ରିଡମକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଉଛି । ଶାନ୍ତି ଚୁକ୍ତି ଉପରେ ଇରାନ ପ୍ରତିନିଧିମାନଙ୍କ ସହ ଭଲ ଆଲୋଚନା ଆଧାରରେ ପାକିସ୍ତାନ ଏବଂ ଅନ୍ୟାନ୍ୟ ଦେଶର ଅନୁରୋଧର ଆଧାରରେ ଆମେ ପାରପ୍ସରିକ ନିଷ୍ପତ୍ତି ନେଇଛୁ ଯେ, ଅବରୋଧ ଜାରି ରହିବ, କିନ୍ତୁ ଏକ ଚୁଡାନ୍ତ ହେବାର ଆଶା ଥିବାରୁ ସେଥିପାଇଁ ପ୍ରୋଜେକ୍ଟ ଫ୍ରିଡମକୁ କିଛି ସମୟ ପାଇଁ ବନ୍ଦ କରାଯାଉଛି ।










