23.1 C
Bhubaneswar
Tuesday, May 5, 2026
Homeଓଡିଶାଟ୍ରକକୁ ପିଟିଲା ହାଇୱା: ହେଲପର ମୃତ

ଟ୍ରକକୁ ପିଟିଲା ହାଇୱା: ହେଲପର ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ ହୋଇଥିବା ସୂଚନା ମିଳିଛି l ସୂଚନା ମୁତାବକ, ଭୋର ସମୟରେ ରାଜପଥର ଯୁକନଣ୍ଡି ଛକ ନିକଟରେ ବାଲେଶ୍ୱରରୁ ଜଳେଶ୍ୱର ଆଡକୁ ଯାଉଥିବା ଏକ ଟ୍ରକ ପଛ ପଟୁ  ଏକ ହାଇୱା ଧକ୍କା ଦେଇଥିଲା l ଘଟଣାସ୍ଥଳରେ ହାଇୱାର ହେଲପର ଚାନ୍ଦ କିସ୍କୁ (୩୪) ମୃତ୍ୟୁବରଣ କରିଥିବା ବେଳେ ଗାଡିର ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି l ରୂପସା ଥାନା ପୋଲିସ, ରାଜପଥ ପେଟ୍ରୋଲିଙ୍ଗ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking