ଭୁବନେଶ୍ୱର: ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଲା ବିଜେଡି । ଏନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ , ୫ ଜଣଙ୍କୁ ବରିଷ୍ଠ ସାଧାରଣ ସଚିବ ଦାୟିତ୍ୱ ମିଳିଛି । ସେହିପରି ୨୭ ଜଣଙ୍କୁ ଜେନେରାଲ ସେକ୍ରେଟେରୀ ଦାୟିତ୍ୱ ଦିଆଯାଇଥିବା ବେଳେ , ୪୫ ଜଣଙ୍କୁ ସଚିବ ,୧୧ ଜଣଙ୍କୁ ଯୁଗ୍ମ ସଚିବ ଭାବେ ନିୟୁକ୍ତି କରାଯାଇଛି ।










