30.1 C
Bhubaneswar
Tuesday, May 5, 2026
Homeଓଡିଶାସ୍ପଞ୍ଜ ଆଇରନ କାରଖାନାରେ ୩ ଶ୍ରମିକ ମୃତ

ସ୍ପଞ୍ଜ ଆଇରନ କାରଖାନାରେ ୩ ଶ୍ରମିକ ମୃତ

ଅନୁଗୋଳ: ଅନୁଗୋଳ ପରଙ୍ଗସ୍ଥିତ ସ୍ପଞ୍ଜ ଆଇରନ କାରଖାନାରେ ବଡ ଅଘଟଣ । ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ପ୍ଲାଣ୍ଟ କ୍ଲିନ ମେଣ୍ଟେନାନ୍ସ କରୁଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଢେଙ୍କାନାଳ- ହିନ୍ଦୋଳ ଡାକ୍ତରଖାନାକୁ ନିଆଯାଇଥିଲା । ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ କାରଖାନାରେ ଅଘଟଣ ଘଟିଥିଲା । ପ୍ଲାଣ୍ଟ କ୍ଲିନ ମେଣ୍ଟେନାନ୍ସ କରୁଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରି କଟକ ମେଡିକାଲ ନାଁରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ୩ ଜଣ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ମଙ୍ଗଳ ମାଝୀ, ପିଣ୍ଟୁ କୁମାର, ଶ୍ରୀଧର ବଗେଇ । ସେମାନଙ୍କ ଘର ସୁନ୍ଦରଗଡରେ ବୋଲି ଜଣାପଡିଛି । ତେବେ ବଡ କଥା ହେଉଛି ୩ ଜଣଙ୍କ ମୃତ୍ୟୁର କାରଣ ଏଯାଏଁ ଜଣାପଡିନାହିଁ । ସେପଟେ ଅଭିଯୋଗ ହୋଇଛି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ଆସି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking