ଭୁବନେଶ୍ୱର: ସିଲିକନ୍ ବିଶ୍ୱବିଦ୍ୟାଳୟର ପ୍ରଥମ ବାର୍ଷିକ ବି-ଟେକ୍ ଛାତ୍ର ବିଶ୍ୱାସ ସ୍ୱାଇଁକୁ ହତ୍ୟା କରାଯାଇଛି ବୋଲି ତା’ର ପିତା ଥାନାରେ ଏତେଲା ଦରଜ କରିଥିବା ସହ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ଏତଲା ଦିଆଯାଇଅଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଇନ୍ଫୋସିଟ୍ ଥାନାର ଅଧିକାରଙ୍କୁ ଭେଟି ଏତଲା ପ୍ରଦାନ କରିଛନ୍ତି । ଉକ୍ତ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ପରିଚାଳକ ମୁଖ୍ୟକୁ ତୁରନ୍ତ ଗିରଫ କରିବା ଦାବୀ କରିଛନ୍ତି । ଶ୍ରୀ ପାତ୍ର ତାଙ୍କର ବକ୍ତବ୍ୟରେ କହିଛନ୍ତି ଯେ ଛାତ୍ରର ପିତା ବସନ୍ତ ସ୍ୱାଇଁ ଯେଉଁଭଳି ଭାବରେ ମ୍ରିୟମାଣ ହୋଇ ନ୍ୟାୟ ଭିକ୍ଷା କରୁଛନ୍ତି ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । କଲେଜ କର୍ତ୍ତୃପକ୍ଷ ଗୋପାଳ ସାହୁ ବାରମ୍ବାର ଗଣମାଧ୍ୟମରେ କହିଛନ୍ତି ଯେ ଘଟଣା ସଂପର୍କରେ ସବୁକଥା ପୁଲିସ ପ୍ରଶାସନ କହିବ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶାସନ ସହିତ ମିଲି ଭଗତରେ ଅଛନ୍ତି ଏବଂ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଭୁବନେଶ୍ୱର ଡିସିପି ଓ ଆଇଆଇସି ଇନ୍ଫୋସିଟି ଥାନା କାହିଁକି ପ୍ରଶ୍ନ କରାଯାଉନାହିଁ । ଯାହାକି ଆମେ ଗଣମାଧ୍ୟମରୁ ଖବର ପାଇଲୁ । ଉକ୍ତ ଘଟଣାକୁ ଏଡେଇ ଦେବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ଷଡ଼ଯନ୍ତ୍ର କରୁଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋପାଳ ସାହୁ ସଂପୂର୍ଣ୍ଣ ପୁଲିସ ପ୍ରଶାସନକୁ ନିୟନ୍ତ୍ରିତ କଲାଭଳି ଗଣମାଧ୍ୟମରେ ମନ୍ତବ୍ୟ ଦେଉଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ।
ମୃତ ଛାତ୍ରର ବାପା ଗଣମାଧ୍ୟମରେ ସ୍ପଷ୍ଟ କରି କହିଛନ୍ତି ଯେ ମୋ ପୁତ୍ର ଆତ୍ମହତ୍ୟା କରିନାହିଁ ତାଙ୍କୁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ନିର୍ଯ୍ୟାତନା ଦେଇ ହତ୍ୟା କରି ତାଙ୍କୁ ଆତ୍ମହତ୍ୟାର ରୂପ ଦେଇଛନ୍ତି । ହତ୍ୟା ଘଟଣାକୁ ଚପାଇ ଦେବା ପାଇଁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ବହୁ ଉଦ୍ୟମ କରୁଛନ୍ତି । ଯାହା ଆମକୁ ଅନୁମେୟ ହେଉଛି କେଉଁଠି ନା କେଉଁଠି ପ୍ରଶାସନ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାଟିକୁ ଚପାଇବା ପାଇଁ ଉଦ୍ୟମ କରୁଛନ୍ତି । ଆହୁରି ମଧ୍ୟ ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କ ବାପା ଯେଉଁ ଅଭିଯୋଗ କରୁଛନ୍ତି ତାଙ୍କ ପୁଅ ୩ ଦିନ ପୂର୍ବରୁ କିଛି ଖାଇ ନଥିବାବେଳେ ହଷ୍ଟେଲ କର୍ତ୍ତୃପକ୍ଷ ଏକଥା ତାଙ୍କ ପରିବାରବର୍ଗଙ୍କୁ କାହିଁକି ଜଣାଇଲେ ନଥିଲେ । ଏଥିପାଇଁ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶ୍ୱ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା କିଛି ନାହିଁ ବୋଲି ଏଥିରୁ ସ୍ପଷ୍ଟ ହୋଇପଡ଼ୁଛି । ର୍ୟାଗିଙ୍ଗକୁ କଡାକଡି ଭାବରେ ଦୃଢ଼ ହସ୍ତରେ ଦମନ କରିବାକୁ କୋର୍ଟର ନିର୍ଦ୍ଦେଶ ଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶକୁ ଠିକ୍ ଭାବେ ପାଳନ କରିନାହାନ୍ତି । ର୍ୟାଗିଂକୁ ନିୟନ୍ତ୍ରଣ କରିବାରେ ସରକାର ବିଶ୍ୱବିଦ୍ୟାଳୟ ପ୍ରତି ଯେଉଁ ବାଧ୍ୟତାମୂଳକ ବ୍ୟବସ୍ଥା ପ୍ରଣୟନ କରିଛନ୍ତି ତାହାକୁ ଏହି ବିଶ୍ୱବିଦ୍ୟାଳୟ କଡାକଡି ପାଳନ କରିନି । ବିଶ୍ୱ ବିଦ୍ୟାଳୟର ଆଣ୍ଟି ର୍ୟାଗିଂ ସ୍କୋର୍ଡ ତା’ର କର୍ତ୍ତବ୍ୟ ସଂପୂର୍ଣ୍ଣ ଅବହେଳା କରିଛି ।
ଏହା ଆତ୍ମ ହତ୍ୟା ନୁହେଁ, ଏହା ହତ୍ୟା । ତେଣୁ ବିଶ୍ୱବିଦ୍ୟାଳୟ ଘଟଣାକୁ ଚପାଇ ଦେବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ତାହାକୁ ଆମେ ସଫଳ କରିଦେବୁନାହିଁ । ସିଲିକନ୍ ୟୁନିଭରସିଟିର ମାଲିକ, ଆଣ୍ଟି ର୍ୟାଗିଂ ସ୍ୱାଡ ଏବଂ ହଷ୍ଟେଲ ଦୟିତ୍ୱରେ ଥିôବା ଅଧିକାରୀ ଏବଂ ଗଣମାଧ୍ୟମରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିବୃତ୍ତି ରଖିଥିବା ପ୍ରମୁଖଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ଯୁବ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ସିଲିକନ୍ ବିଶ୍ୱ ବିଦ୍ୟାଳୟର ମାଲିକ ଏବଂ ମୁଖ୍ୟ ପରିଚାଳନା ଅଧ୍ୟକ୍ଷଙ୍କୁ ତୁରନ୍ତ ଗିରଫ କରାଯାଉ ନଚେତ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ । ଶ୍ରୀ ପାତ୍ର କହିଛନ୍ତି ଯେ ଯଦି ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାଲେ ଆମେ ଉକ୍ତ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହ ଆଇନ ମନ୍ତ୍ରୀଙ୍କ ବାସବଭନ ଘେରାଉ କରିବୁ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ୍, ଛାତ୍ର ନେତା ସୁନିଲ ସାହୁ, ବିଶ୍ୱଜିତ ସ୍ୱାଇଁ, ବିରଞ୍ôଚ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।










