ଭୁବନେଶ୍ବର: ଭାରସାମ୍ୟ ହରାଇ ସାପୁଆ ଡ୍ୟାମକୁ ପଶିଗଲା କାର୍ । କାର୍ ସହ ପାଣିରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଭାରସାମ୍ୟ ହରାଇ ଡ୍ୟାମ ଭିତରକୁ କାରଟି ପଶି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମବାହିନୀ ପହଞ୍ଚି ଘଟଣାସ୍ଥଳରେ କାରରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ୪ଜଣଙ୍କୁ ଉଦ୍ଧାର କରିଥିଲା । ମାତ୍ର ଜଣଙ୍କର ମୃତ୍ୟୁ ହୋଇଛି । ଖବରଲେଖାହେବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଚି ।










