29.4 C
Bhubaneswar
Saturday, August 8, 2026
Homeଓଡିଶାଚାଷୀ ଓ ମହିଳାଙ୍କୁ ହତାସ କରିଛି ସରକାରଙ୍କ ଖରିଫ ଧାନ କିଣା ବିଜ୍ଞପ୍ତି: ବିଜେଡି

ଚାଷୀ ଓ ମହିଳାଙ୍କୁ ହତାସ କରିଛି ସରକାରଙ୍କ ଖରିଫ ଧାନ କିଣା ବିଜ୍ଞପ୍ତି: ବିଜେଡି

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଧାନ କିଣା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବିରୋଧ କରିଛି ବିଜୁ ଜନତା ଦଳ । ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଭାଗଚାଷୀ, କ୍ଷୁଦ୍ରଚାଷୀ ମାନେ ଧାନ ବିକି୍ର କରିବା ପାଇଁ ପଞ୍ଜିକରଣ କରିବାରୁ ବଞ୍ଚିତ ହେବେ । ଏହାଛଡା, ରାଜ୍ୟର ମହିଳା ଏସଏଚଜି ମାନଙ୍କୁ ପୂର୍ବ ସରକାରଙ୍କ ଦ୍ୱାରା ଧାନ କ୍ରୟ ଓ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରାଯାଇଥଲା, ଯାହାକୁ ରାଜ୍ୟ ବିଜେପି ସରକାର ଉଠାଇ ଦେଇଛନ୍ତି । ଏହି ନିଷ୍ପତିକୁ ବିଜେଡି ତୀବ୍ର ନିନ୍ଦା କରିଛି।ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବା ସହିତ ଏହା ରାଜ୍ୟ ସରକାରଙ୍କର କୃଷକ ଓ ମହିଳା ବିରୋଧୀ ମନୋଭାବକୁ ପ୍ରଦର୍ଷିତ କରୁଛି ବୋଲି କହିଥିଲେ । ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ରାଜ୍ୟ ସରକାରଙ୍କର ସମବାୟ ଓ ଯୋଗାଣ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ଭାଗଚାଷୀ ତଥା କ୍ଷୁଦ୍ର ଚାଷୀ ମାନଙ୍କୁ ପଞ୍ଜିକରଣ କରିବା ପାଇଁ ଜମିର ପ୍ରକୃତ ମାଲିକ ମାନଙ୍କୁ ପଞ୍ଜିକରଣ କେନ୍ଦ୍ରକୁ ଆସିବାକୁ ହେବ । ପୂର୍ବରୁ ସମବାୟ ବା ଯୋଗାଣ ଅଧିକାରୀ ମାନେ ଭାଗଚାଷୀ ମାନଙ୍କୁ ଚିହ୍ନଟ କରୁଥିଲେ, ଯାହା ମାଧ୍ୟମରେ ଭାଗଚାଷୀ ମାନେ ପଞ୍ଜିକରଣ କରୁଥିଲେ ।

ଚଳିତ ବର୍ଷ ପ୍ରକୃତ ମାଲିକଙ୍କୁ ପଞ୍ଜିକରଣ କେନ୍ଦ୍ରକୁ ଆସିବା ବାଧ୍ୟତାମୂଳକ ହୋଇଥିବାରୁ ଅଧିକାଂଶ ଭାଗଚାଷୀ ମାନେ ପଞ୍ଜିକରଣ କରିବାରୁ ବଞ୍ଚିତ ହେବେ । ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ସମୁଦାୟ ଚାଷୀ ସଂଖ୍ୟାର ଅଧାରୁ ଅଧିକ । ତେଣୁ ରାଜ୍ୟର ଅର୍ଦ୍ଧାଧିକ ଚାଷୀ ଚଳିତ ବର୍ଷ ପଞ୍ଜିକରଣ କରିବାକୁ ସକ୍ଷମ ହେବେ ନାହିଁ । ଏହା ରାଜ୍ୟ ସରକାରଙ୍କର କୃଷକ ମାରଣ ନୀତିକୁ ଦର୍ଶାଉଛି । ଡବଲ ଇଞ୍ଜିନ ସରକାର କୃଷକ ମାନଙ୍କୁ ଡବଲ ଧୋକା ଦେଇଛି ।ଶ୍ରୀ ଦାସବର୍ମା ଆହୁରି କହିଥଲେ, ଏହି ବିଜ୍ଞପ୍ତିରେ ମହିଳା ଏସଏଚଜି ମାନଙ୍କୁ ଧାନ କିଣା ବିକା ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ଅନୁମତିକୁ ପ୍ରତ୍ୟାହାର କରି ନିଆଯାଇଛି । ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ନବୀନ ସରକାରଙ୍କ ଦ୍ୱାରା ଧାନ କିଣା ବିକା ପାଇଁ ଅନୁମତି ପ୍ରଦାନ କରାଯାଇଥଲା । ବିଜେପି ସରକାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି । ରାଜ୍ୟ ସରକାରଙ୍କର ଏହି ନିଷ୍ପତି ତାଙ୍କର ମହିଳା ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏହି ନିଷ୍ପତ୍ତିକୁ ବିଜୁ ଜନତା ଦଳ ଦୃଢ ବିରୋଧ କରୁଛି ଏବଂ ଆଗାମୀ ଦିନରେ ବିଧାନସଭା ଓ ରାଜରାସ୍ତାରେ ଏହାର ଦୃଢ ବିରୋଧ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking