32.1 C
Bhubaneswar
Friday, May 1, 2026
Homeଓଡିଶାକାଳବୈଶାଖୀରେ ୨୪ ମୃତ, ମୃତାହତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କାଳବୈଶାଖୀରେ ୨୪ ମୃତ, ମୃତାହତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା,ବିଜୁଳି ଓ ଘଡ଼ଘଡ଼ି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୧୫ ଜଣ ଆହତ ହୋଇଛନ୍ତି । ଏହି ବିପର୍ଯ୍ୟୟ ଯୋଗୁଁ ମଧ୍ୟ ୧୬ ପଶୁଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରେ ବହୁ ଘରର ଛାତ ଉଡ଼ିଯାଇଥିବା ଜଣାପଡ଼ିଛି । ଏହି କ୍ଷୟକ୍ଷତି ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ।

ସୂଚନାନୁଯାୟୀ, ଅନେକ ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ଅନୁଭୂତ ହୋଇଛି । ଚାଷୀ, ଖୋଲାସ୍ଥାନରେ ଘର କରି ରହିଥିବା ଲୋକ ଏବଂ ମାଟି ଘର ପରିବାର ଲୋକେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆହତ, ପଶୁପାଳନ ଏବଂ ଆହତଙ୍କ ପାଇଁ ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ କାର୍ଯ୍ୟରେ କୌଣସି ଅବହେଳା କିମ୍ବା ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଖରାପ ପାଗକୁ ଦୃଷ୍ଟିରେ ରଖି ଲୋକଙ୍କୁ ଖୋଲା ସ୍ଥାନ, କ୍ଷେତ ଏବଂ ଗଛ ତଳକୁ ନଯିବା ପାଇଁ ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ନିବେଦନ କରିଛି । ଏହା ବ୍ୟତୀତ ସାରା ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking