ନୟାଗଡ଼ : ନୟାଗଡ଼ ଜିଲା ଜାମୁକୋଣ ପାହାଡରେ ଥିବା ମା’ବୈଷ୍ଣୋଦେବୀ ମନ୍ଦିରରେ ଗୁରୁବାର ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଲୁଟେରା। ୨ୟ ବୈଷ୍ଣୋଦେବୀ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଏହି ମନ୍ଦିରରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ ହୋଇଥିବା ବେଳେ ୧୮୦ ଫୁଟର ଗୁମ୍ଫା ଭିତରକୁ ଯାଇ ଲୁଟେରା ଏହି ଲୁଟ କରିଛନ୍ତି। ରାତିରେ ପ୍ରବଳ ପବନ ଓ ବର୍ଷା ପ୍ରଭାବରୁ ଲାଇନନଥିଲା। ଏହାର ସୁଯୋଗ ନେଇ ଚୋର ମନ୍ଦିରରେ କଳାକନା ବୁଲାଇଛନ୍ତି। ମୁଖ୍ୟ ଫାଟକକୁ କାଟି ଗୁମ୍ଫା ଭିତରେ ପ୍ରବେଶ କରି ଲୁଟ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।










