31.1 C
Bhubaneswar
Friday, May 1, 2026
Homeଓଡିଶାକ୍ରୁଜ ବୋଟ ଦୁର୍ଘଟଣା: ୬ ଜଣଙ୍କ ମୃତ୍ୟୁ, ୧୪ ନିଖୋଜ

କ୍ରୁଜ ବୋଟ ଦୁର୍ଘଟଣା: ୬ ଜଣଙ୍କ ମୃତ୍ୟୁ, ୧୪ ନିଖୋଜ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ବଡ ଧରଣର କ୍ରୁଜ ବୋଟ ଦୁର୍ଘଟଣା । ଜବଲପୁର ସ୍ଥିତ ବରଗୀ ଡ୍ୟାମରେ ଏକ କ୍ରୁଜ ବୋଟ ବୁଡିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ନିଖୋଜ ଅଛନ୍ତି । SDRF ଏବଂ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରାଯାଇଛି । କ୍ରୁଜ୍ ବୋଟରେ ପ୍ରାୟ ୩୫ରୁ ଅଧିକ ପର୍ଯ୍ୟଟକ ଥିବା ଜଣାପଡିଛି । ଅଧିକ ଯାତ୍ରୀ ଥିବାରୁ ପ୍ରବଳ ଝଡ ତୋଫାନ ଯୋଗୁଁ ଭାରସାମ୍ୟ ହରାଇ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି କ୍ରୁଜ୍ ପରିଚାଳିତ ହେଉଥିଲା । ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାତି ହୋଇ ଯାଇଥିବାରୁ ଏବଂ ପାଣି ଅଶାନ୍ତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking