31.1 C
Bhubaneswar
Wednesday, April 29, 2026
Homeଓଡିଶାକୋର୍ଟ ଚାଲାଣ ପୂର୍ବରୁ ଜୀବନ ହାରିଲା ଦୁଷ୍କର୍ମ ଅଭିଯୁକ୍ତ

କୋର୍ଟ ଚାଲାଣ ପୂର୍ବରୁ ଜୀବନ ହାରିଲା ଦୁଷ୍କର୍ମ ଅଭିଯୁକ୍ତ

ନବରଙ୍ଗପୁର :ପୋଲିସ ହେପାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଜଣେ ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ହେପାଜତରେ ଥିବା ସମୟରେ ଥାନାର ଶୌଚାଳୟରେ ଜୀବନ ହାରିଥିବା ପୋଲିସ ସୂଚନା ଦେଇଛି। ମେଦେନା ପଞ୍ଚାୟତ ଅଂଚଳା ଗ୍ରାମର ଜଣେ ପୂର୍ଣ କଲାର ନାମକ ବ୍ୟକ୍ତିଙ୍କୁ ଏକ ଦୁଷ୍କର୍ମ ମାମଲାରେ ଦୁଇ ଦିନ ତଳେ ଡାବୁଗାଁ ପୋଲିସ ଗିରଫ କରିଥିଲା। ଗତକାଲି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥାନ୍ତା। କିନ୍ତୁ ତା’ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ସେ ନିଜ ଚାଦର କୁ ବେକରେ ଫାସ ଲଗାଇ ଜୀବନ ହାରିଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଥାନା ଭିତରେ ୨୪ ଘଣ୍ଟା ପୋଲିସ କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ଅଭିଯୁକ୍ତ କିପରି ଜୀବନ ହାରିଲେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଏହା ପଛରେ ପୋଲିସର ଅବହେଳା ରହିଛି ନା ଅନ୍ୟ କିଛି କାରଣ ତାହା ଉଚ୍ଚସ୍ତରୀୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking