36.1 C
Bhubaneswar
Wednesday, April 29, 2026
Homeଓଡିଶାଶିକାରୀ ଫାସରେ ପଡି ଭାଲୁ ମୃତ

ଶିକାରୀ ଫାସରେ ପଡି ଭାଲୁ ମୃତ

ଆନନ୍ଦପୁର : ଶିକାରୀ ଫାସରେ ପଡି ଭାଲୁ ମୃତ । ବନ କର୍ମଚାରୀ ସାଜିଲେ ଦେଖଣାହାରୀ । ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ଜଙ୍ଗଲରେ ବନ୍ଯପ୍ରାଣୀ ଏବେ ଅସୁରକ୍ଷିତ । ସ୍ଥାନୀୟ ବନ କର୍ମଚାରୀଙ୍କ ଅବହେଳା କାରଣରୁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ଏହି ଜଙ୍ଗଲ ଉପରେ ପଡିଛି । କିଛିଦିନ ତଳେ ଗୋଟିଏ ବାରାହା ଶିକାରୀ ଫାସରେ ପଡି କ୍ଷତବିକ୍ଷତ ହୋଇଥିଲା । ସ୍ଥାନୀୟ ଗ୍ରାମବାସୀ ଫାସରୁ ବାରାହାଟିକୁ ବାହାର କରି ପୁନର୍ବାର ଜଙ୍ଗଲରେ ଛାଡି ଦେଇଥିଲେ । ଘଟଣାକ୍ରମରେ ପୁନର୍ବାର କରଡାପାଳ ଗାଁ ଜଙ୍ଗଲ ସନ୍ନିକଟ ପୋଖରୀକୁ ଏକ ଭାଲୁ ତୃଷା ମେଣ୍ଟାଇବାକୁ ଆସି ପୂର୍ବରୁ ବିଛା ଯାଇଥିବା ବାରାହା ଫାସରେ ପଡି ଜୋର୍ ରେ ରୋଡି ଛାଡିଥିଲା । ହେଲେ ଫାସରୁ ମୂକୁଳିବା ଭାଲୁ ପକ୍ଷେ ସମ୍ଭବପର ନଥିଲା । ଭାଲୁର ଗର୍ଜନ ଗ୍ରାମବାସୀ ଶୁଣି ସ୍ଥାନୀୟ ବନକର୍ମଚାରୀଙ୍କୁ ଖବର ଦେଇଥିଲେ । ହେଲେ ବନ କର୍ମଚାରୀ ଭାଲୁ ନିକଟରେ ପହଞ୍ଚିଥିଲେ ସୁଦ୍ଧା ଉଦ୍ଧାର ପାଇଁ କିଛି ସରଞ୍ଜାମ ନଥିବାରୁ କେବଳ ଦେଖଣାହାରୀ ସାଜିଥିଲେ । ଶେଷରେ ଭାଲୁଟି ଦୀର୍ଘ ସମୟ ଧରି ଫାସରେ ପଡି ଅସହ୍ଯ ଖରାରେ ମୃତ୍ଯୁବରଣ କରିଥିଲା । ବନ୍ଯପ୍ରାଣୀ ସୁରକ୍ଷା ପାଇଁ କଡା ଆଇନ ପ୍ରସ୍ତୁତ କରିଥିବା ସ୍ଥଳେ ଏଠି ଶିକାରୀ ଫାସରେ ଭାଲୁଟି ପଡି ମରିବା ଘଟଣାରେ ବନକର୍ମଚାରୀ ଉଦ୍ଧାର କରିବା ପରିବର୍ତ୍ତେ କେବଳ ଦେଖଣାହାରୀ ସାଜିବା ଘଟଣା ପୁରା ବନବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking