36.1 C
Bhubaneswar
Wednesday, April 29, 2026
Homeଓଡିଶାବସ୍ ଟ୍ରକ ମୁହାଁମୁହିଁ: ୩ ମୃତ, ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ

ବସ୍ ଟ୍ରକ ମୁହାଁମୁହିଁ: ୩ ମୃତ, ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୋଇଡାରେ ଭୟଙ୍କର ଦୁର୍ଘଟଣା। ବସ୍ ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ। ମୃତକ ହେଲେ ବସ୍ ଡ୍ରାଇଭର ଦଶରଥପୁର ନନ୍ଦିପୁର ପଞ୍ଚାୟତ ମନ୍ଦାରଖଣ୍ଡ ଗ୍ରାମର ବୁବୁ ଓ ହେଲପର ମଙ୍ଗଳପୁର ବଜରାପାଟର ଶିବପ୍ରସାଦ ନାୟକ। ଡମ୍ପର ଡ୍ରାଇଭରଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଯାଜପୁର ଦଶରଥପୁରର ବୋଲି ଜଣାପଡ଼ିଛି। ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ମୁଷାବିରା ନିକଟରେ ଦୁର୍ଘଟଣା ଘଟିଛି। ରାଉରକେଲାରୁ ଯାଜପୁର ଯାଉଥିବା ବେଳେ ପ୍ରମିଳା ନାମକ ଘରୋଇ ବସ୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ପୁଲିସ୍ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିଥିଲା। ବସକୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ଯାତ୍ରୀଙ୍କୁ ବାହାର କରିଥିଲେ ଅଗ୍ନିଶମ କର୍ମଚାରୀ। ଆହତମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ରାଉରକେଲା ବିଧାୟକ ସାରଦା ନାୟକ ଆରଜିଏଚରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ। ଗୁରୁତର ଓ ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking