29.1 C
Bhubaneswar
Wednesday, April 29, 2026
Homeଓଡିଶାଆଜିଠାରୁ ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ

ଆଜିଠାରୁ ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ଆଜିଠାରୁ କଡା କଡ଼ି ଯାଞ୍ଚ। ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଣିକି ମାଲବାହି ଯାନ ଯାତ୍ରୀ ପରିବହନ କଲେ ସମ୍ପୃକ୍ତ ଗାଡିର ପଞ୍ଜିକରଣ ରଦ୍ଧ କରାଯିବ। ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ବଢୁଥିବା ବେଳେ ମଙ୍ଗଳବାର ବଲାଙ୍ଗୀର ଟିଟିଲାଗଡରେ ମାଲ୍‌ବାହି ଗାଡ଼ି ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ପରେ ସରକାରଙ୍କ ଚେତା ପଶିଛି। ଦୁର୍ଘଟଣା ଘଟାଇଥିବା ସମ୍ପୃକ୍ତ ଗାଡିର ଫିଟନେସ ଓ ଇନ୍ସୁରାନ୍ସ ନଥିଲା ବୋଲି ପରିବହନ ବିଭାଗର ଅତିରିକ୍ତ ପରିବହନ ଆୟୁକ୍ତ ସୂଚନା ଦେଇଛନ୍ତି। ପୂର୍ବରୁ ସେ ଗାଡିର ୫ଟି ଚାଲାଣ କଟାଯାଇଥିଲା।

ଟିଟଲାଗଡ଼ ଗାଡିର ଦୁର୍ଘଟଣାରେ ତିନି ଜଣଙ୍କର ଜୀବନ ଯାଇଥିବା ବେଳେ ୨ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣା ପରେ ଆକ୍ଟିଭ ମୁଡରେ ଆସିଛି ପରିବହନ ବିଭାଗ। ଚେକିଂ ଲାଗି ସ୍ପେଶାଲ ସ୍କ୍ବାଡ ଗଠନ କରାଯାଇଛି ଓ ଆଜି ଠାରୁ କଡ଼ାକଡ଼ି ଯାଞ୍ଚ କରାଯିବ। ମାଲ୍‌ବାହି ଗାଡି ଯାତ୍ରୀଙ୍କୁ ନେବା ଆଣିବା କଲେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ପଞ୍ଜିକରଣ ରଦ୍ଦ କରାଯିବ ବୋଲ ଅତିରିକ୍ତ ପରିବହନ ଆୟୁକ୍ତ ସୂଚନା ଦେଇଛନ୍ତି। ଅନ୍ୟପଟରେ କଟକରେ ଆଞ୍ଚଳିକ ପରିବହନ ବିଭାଗ ଓ ଏସଟିଏ ପକ୍ଷରୁ କଟକରେ ଜୋରଦାର ଧରପଗଡ ଆରମ୍ଭ ହୋଇଛି। ଜୁଡ଼ିଶିଆଲ ଛକରେ ଆରମ୍ଭ ହୋଇଛି ଏହି ସ୍ପେଶାଲ ଡ୍ରାଇଭ୍। ଟ୍ରାଫିକ ନିୟମ ଓ ପରିବହନ ବିଭାଗ ନିୟମ ଉଲ୍ଲଂଘନ କରୁଥିବା ଉଲ୍ଲଂଘନକାରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ ଆଦାୟ ହେଉଛି ମୋଟା ଅଙ୍କର ଜୋରିମାନା। ଏପରି ଅଭିଯାନ ଆସନ୍ତା ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସମାନ ଢଙ୍ଗରେ ଯାଞ୍ଚ ଜାରି ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking