30.1 C
Bhubaneswar
Tuesday, April 28, 2026
Homeଓଡିଶାଏସସିବି ମେଡିକାଲରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଟିମ୍

ଏସସିବି ମେଡିକାଲରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଟିମ୍

କଟକ: ଏସସିବି ମେଡିକାଲରୁ ଗତ ୬ ବର୍ଷ ମଧ୍ୟରେ ୧୪ ଜଣ ନବଜାତ ଶିଶୁ ନିଖୋଜ ହେବା ଘଟଣା। ତଦନ୍ତ ପାଇଁ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପହଞ୍ଚିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର। ତାଙ୍କ ସହ ଦୁଇ ଜଣ ସଦସ୍ୟ ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି। ଏସସିବି କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଛି। ସେମାନେ ୫ ଜଣ ଶିଶୁଙ୍କ ତଥ୍ୟ ପ୍ରଦାନ କରିଛନ୍ତି। ୩ ଜଣ ଶିଶୁଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ୨ ଜଣ ଶିଶୁଙ୍କୁ କିଛି ସ୍ବେଛାସେବୀ ସଂଗଠନକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking