34.1 C
Bhubaneswar
Thursday, April 30, 2026
Homeଓଡିଶାଆଜି ୬ ଜିଲାରେ ଗ୍ରୀଷ୍ମ ଲହରୀ ସମ୍ଭାବନା

ଆଜି ୬ ଜିଲାରେ ଗ୍ରୀଷ୍ମ ଲହରୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୪.୭ ଡିଗ୍ରୀ ଛୁଇଁଛି। କିଛିଦିନ ହେଲା ଏଠାରେ ଦିନ ତାପମାତ୍ରା ୪୪ ଡିଗ୍ରୀ ତଳକୁ ଖସୁ ନାହିଁ। ଆଜି ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ପାରଦ ୪୨ରୁ ୪୩ଡିଗ୍ରୀ ମଧ୍ୟରେ ରହିପାରେ। ଝାରସୁଗୁଡ଼ା, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏବଂ ସୁବର୍ଣ୍ଣପୁର ଜିଲାକୁ ଗ୍ରୀଷ୍ମ ଲହରୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ବରଗଡ଼ରେ ପାରଦ ୪୩.୯ ଡିଗ୍ରୀ ଥିବାବେଳେ ବୌଦ୍ଧରେ ୪୩.୫, ବଲାଙ୍ଗିରରେ ୪୩.୩, ସମ୍ବଲପୁର ଓ ନୂଆପଡ଼ାରେ ୪୩.୨ ଡିଗ୍ରୀ ରହିଛି। ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼ ଏବଂ ରାଉରକେଲାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଲେଖାଏଁ ରହିଛି। ଅନୁଗୋଳରେ ୪୨.୩, ତାଳଚେରରେ ୪୨.୬, ଭବାନୀପାଟଣାରେ ୪୨.୨, ସୁବର୍ଣ୍ଣପୁରରେ ୪୨.୮, ନୟାଗଡ଼ରେ ୪୧.୨, ଭୁବନେଶ୍ବରରେ ୩୬.୫ ଏବଂ କଟକରେ ୩୬.୮ ଡିଗ୍ରୀ ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆସନ୍ତା ୨୯ ଓ ୩୦ତାରିଖ ବେଳକୁ ରାଜ୍ୟର ସର୍ବାଧିକ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ଝାରସୁଗୁଡ଼ା, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର ବାୟୁମଣ୍ଡଳ ଉଷ୍ଣ ଆର୍ଦ୍ରତା ରହିବା ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକରେ ଗରମ ସହିତ ଗୁଳୁଗୁଳି ଅନୁଭୂତ ହୋଇପାରେ। ତେଣୁ ପାଣିପାଗ ବିଭାଗ ଉପରୋକ୍ତ ଜିଲାଗୁଡ଼ିକୁ ସତର୍କ ସୂଚନା ଜାରି କରିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାକୁ କାଳବୈଶାଖୀଜନିତ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking