କଟକ: କଟକ ଚାଉଳିଆଗଞ୍ଜରୁ ଛାତ୍ର ନିଖୋଜ ଘଟଣାକୁ ଚାରି ଦିନ ବିତିଲା ହେଲେ ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳିନାହିଁ। ଗତ ୨୪ତାରିଖରେ ଛାତ୍ର ଜଣଙ୍କ ନିଖୋଜ ହୋଇଥିଲେ। ନିଖୋଜ ଛାତ୍ର ଜଣକ ହେଉଛନ୍ତି ନାରାୟଣ ପାଢ଼ୀ। ବୟସ ବୟସ ୧୪ ବର୍ଷ। ସେ ଅଷ୍ଟମ ଶ୍ରେଣୀର ପାଠ ପଢୁଥିଲେ। ସକାଳୁ ଟ୍ୟୁସନ ଯିବାକୁ କହି ଘରୁ ବାହାରି ଯାଇଥିଲେ। ଏହାପରେ ଆଉ ଘରକୁ ଫେରି ନଥିଲେ। ନିଖୋଜ ଛାତ୍ର ନାରାୟଣ ପାଢ଼ୀଙ୍କ ପରିବାର ଲୋକେ କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ହେଲେ ଘଟଣାକୁ ୪ଦିନ ବିତିଲା କିନ୍ତୁ ଛାତ୍ରଙ୍କର କୌଣସି ପତ୍ତା ମିଳିନି।










