କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ। ଧାରଣାରେ ବସିଛନ୍ତି ୬ଶହରୁ ଅଧିକ ଚାଷୀ। ପଞ୍ଜୀକରଣରୁ ୫ ହଜାର ଚାଷୀଙ୍କ ନାଁ କଟିଥିବା ବେଳେ ସିଏମ୍ କିଷାନରୁ ବାଦ୍ ପଡ଼ିଛନ୍ତି ୪୩ ହଜାର। ଏହାକୁ ବିରୋଧ କରି ପ୍ରତିବାଦ କରୁଛନ୍ତି ଚାଷୀ।ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ବିଭିନ୍ନ ରାସ୍ତା ଓ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ। ଆର୍ଡି ଅଫିସ ଘେରିଲେ ସୁନ୍ଦରଗଡ଼ ଠିକାଦାର ସଂଘ। ରାଜ୍ୟ ବାହାର ନିର୍ଦିଷ୍ଟ ଠିକାଦାରଙ୍କୁ ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ। ସଂଘର ଅଭିଯୋଗ ମୁତାବକ ନିର୍ଦ୍ଦିଷ୍ଟ ଠିକାଦାର ସଂସ୍ଥା ପୂର୍ବରୁ କରିଥିବା ପ୍ରକଳ୍ପରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଛି। ଏତେ ସବୁ ଅଭିଯୋଗ ପରେ ବି କାହିଁକି ରାଜ୍ୟ ବାହାରର ଏହି ଠିକାଦାରଙ୍କ ପ୍ରତି ସରକାରୀ ବାବୁ ପ୍ରୀତି ଦେଖାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛି ଜିଲ୍ଲା ଠିକାଦାର ସଂଘ।










