ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଶାରିଶୁଆ ପାହାଡ଼ରୁ ଜନବସତିକୁ ଗତକାଲି ରାତିରେ ଦନ୍ତାହାତୀ ପଶି ଆସିଥିବା ବେଳେ ଆଜି ସକାଳୁ ଖଇରା ଥାନା ମାଖନପୁର ପଞ୍ଚାୟତର କୁତୁପୁର ଗାଁ ପାଖ ଜଙ୍ଗଲରେ ଚଲାବୁଲା କରୁଛି। ଦନ୍ତାହାତୀଟି ଗାଁକୁ ପ୍ରବେଶ କରୁଥିବା ବେଳେ ଲୋକେ ହାତୀକୁ ଘଉଡାଉଛନ୍ତି। ଏହି ସମୟରେ ରତ୍ନାକର ମହାନ୍ତି ନାମକ ଜଣେ ବ୍ୟକ୍ତି ହାତୀ ନିକଟର ହେବାରୁ ସେ ଭୟରେ ସାଇକେଲରୁ ଆସୁଥିବା ବେଳେ ପଡ଼ିଯାଇଛନ୍ତି। ତାଙ୍କର ମୁହଁରେ ଆଘାତ ଲାଗିଛି। ହାତୀଟି ମଧ୍ୟ ପାଚିଲା ଧାନ ବିଲରେ ପଶି ଧାନ ଫସଲ ମଧ୍ୟ ନଷ୍ଟ କରିଛି। ଦୁଇ ଦିନ ଧରି କୁପାରି ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦନ୍ତାହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ହାତୀଟି ଅସହ୍ୟ ଗରମ ଗୁଳୁଗୁଳି ଓ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ପଶି ଆସିଥିବାର ଆଲୋଚନା ହେଉଛି। ଗତକାଲି ରାତିରେ ଶାରିଶୁଆ ପାହାଡ଼ରୁ ପଳାଇ ଆସି ଥିବା ବେଳେ ୨୦ କିମି ଦୂର କୁସୁପୁରରେ ରହିଛି।










