31.1 C
Bhubaneswar
Sunday, April 26, 2026
Homeଓଡିଶାମାଛ ଧରାଳିର ମୃତଦେହ ଉଦ୍ଧାର

ମାଛ ଧରାଳିର ମୃତଦେହ ଉଦ୍ଧାର

ପାରାଦୀପ: ମାଛ ଧରୁଥିବା ବେଳେ ଘଟିଲା ଅଘଟଣ । ମହାନଦୀରେ ବୁଡି ଜଣେ ମୃତ । ଜଗତସିଂହପୁର ଜିଲ୍ଲା ପାରାଦୀପ ଚଉମୁହାଣି ନିକଟ ମହାନଦୀରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀର ଅକ୍ଳାନ୍ତ ପରିଶ୍ରମ ପରେ ମୃତଦେହ ଠାବ ହୋଇଛି । ଖବର ଅନୁଯାୟୀ, ମହେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତି ନଦୀରେ ପଶି ଜାଲ ଟାଣୁଥିଲେ । ହଠାତ ମହେନ୍ଦ୍ର ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । କୁଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ଜାଲ ଟାଣି ମାଛ ଧରୁଥିବା ବେଳେ ଯୁବକ ଜଣକ ପାଣିରେ ବୁଡିଯାଇ ମୃତ୍ୟବରଣ କରିଛନ୍ତି । ମୃତ ବ୍ୟକ୍ତି ପାରାଦୀପ ଗଡ ଗାଁର ମହେନ୍ଦ୍ର ସେଠି ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking