ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ । ଏଯାଏଁ ପରିବାର ଲୋକେ ସୁଧୀରଙ୍କୁ ମୃତ୍ୟୁ କୁ ନେଇ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପଟେ ଗଞ୍ଜାମ ଏସପି ଏବଂ ଦକ୍ଷିଣାଞ୍ଚଳ ଆଇଜି ଘଟଣାର ପର୍ଦ୍ଦାଫାସ କରିବା ପରେ ନିଜ ସଂପର୍କୀୟ ଏଭଳି କାଣ୍ଡ ଘଟାଇଥିବେ ବୋଲି ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି । ସୁଧୀରଙ୍କ ଝିଅ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଶ୍ୱାସ ହେଉନି ନିବେଦିତା- ତୁଷାର ଏମିତି କରିଥିବେ । ବାପା- ଦାଦାଙ୍କ ଭଲ ସମ୍ପର୍କ ଥିଲା, ଉଭୟଙ୍କ ସମାନ ସମ୍ପତ୍ତି ଥିଲା । ନିଜ ପୁଅ ଭଳି ତୁଷାର ଓ ନିବେଦିତାଙ୍କୁ ଭଲ ପାଉଥିଲେ । ନିବେଦିତାଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଖୋଜିଥିଲେ ବାପା । ବାପାଙ୍କ ସହ ରହି ସବୁ କାମ ଶିଖିଥିଲେ ତୁଷାର । ଦାଦାଙ୍କ ମୃତ୍ୟୁ ପରେ ସମ୍ପତ୍ତି ନିବେଦିତା ଓ ତୁଷାରଙ୍କ ନାଁରେ କରିଦେଇଥିଲେ ବାପା । ନିବେଦିତା ପ୍ରେମ ବିବାହ କରିବାକୁ ଚାହୁଁଥିଲେ । ବାପା ଜାଣିବା ପରେ ପଚାରିଥିଲେ । ଅଭିଯୁକ୍ତକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ସୁଧୀରଙ୍କ ଝିଅ । ଇର୍ଷା ପାଇଁ ମୋ ବାପାଙ୍କୁ ମାରିଦେଲେ ବୋଲି କହିଛନ୍ତି ସୁଧୀରଙ୍କ ଝିଅ । ଦାଦାଙ୍କ ମୃତ୍ୟୁ ପରେ ଖୁଡୀ କହିଥିଲେ ତୁମକୁ ଶାନ୍ତିରେ ବଞ୍ଚିବାକୁ ଦେବୁନି । ସୂଚନାଥାଉକି, ଗତ ୧୫ ତାରିଖରେ ସୁଧୀର ଭଲିବଲ ଖେଳି ତାଙ୍କ ଶ୍ୱଶୁର ଘର କରାପଲୀ ଆସିବା ବାଟରେ ତାଙ୍କୁ କେତେ ଜଣ ଦୁର୍ବୁତ୍ତ ତାଙ୍କୁ ମାଡ ମାରି ଅପହରଣ କରି ହତ୍ୟା କରି ମୃତଦେହକୁ ଏକ ଜଙ୍ଗଲରେ ଫୋପାଡି ଦେଇଥିଲେ । ମୃତଦେହ ମିଳିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।










