ଭୁବନେଶ୍ୱର: ଓଏଏସ ସ୍ତରରେ ଅଦଳ ବଦଳ । ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରାକଶ ପାଇଛି । ଏନେଇ ଜାରି ବିଜ୍ଞପ୍ତି ଅନୁସାରେ ,
1. ରତ୍ନାକର ସାହୁଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ୍ (NHM)ର ପରିଚାଳନା ନିର୍ଦ୍ଦେଶକ (ଏମ୍.ଡି.)ଙ୍କ କାର୍ଯ୍ୟାଳୟ, ଭୁବନେଶ୍ବରରେ ନୋଡାଲ୍ ଅକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ରଖାଗଲା ।
2. ସୁଧାକର ନାୟକ- ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ଥିଲେ । କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଭାବରେ ନିଯୁକ୍ତ ହେଲେ ।
3. ଡଃ. ଶ୍ୱେତ କୁମାର ଦାଶ- ପୂର୍ବତନ ସଚିବ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ଯିଏକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି ଆଦେଶ ଅଧୀନରେ ଥିଲେ । ଏମ୍.କେ.ସି.ଜି. ମେଡିକାଲ୍ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁରର ରେଜିଷ୍ଟ୍ରାର (ପ୍ରଶାସନ) ଭାବରେ ନିଯୁକ୍ତ ହେଲେ ।
4. ପ୍ରମୋଦ କୁମାର ପୃଷ୍ଟି- ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଥିଲେ । ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।
5. ସଚ୍ଚିଦାନନ୍ଦ ନାୟକ- ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର, ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।
6. ତପନ କୁମାର ଖୁଣ୍ଟିଆ -ବାଲେଶ୍ବର ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତ କରାଗଲା ।
7. ସବ୍ୟସାଚୀ ପଣ୍ଡା-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାମନଘାଟୀର ଉପଖଣ୍ଡ ଦଣ୍ଡାଧିକାରୀ ଭାବରେ ନିଯୁକ୍ତ କରାଗଲା ।
8. ବିଜୟ କୁମାର ନାୟକଙ୍କୁ ବହିଃସେବା ସର୍ଭାବଳୀ ଅନୁଯାୟୀ ଭୂମି ଅଧିକାରୀ, ଭିତ୍ତିଭୂମି ଉନ୍ନୟନ ନିଗମ, ଭୁବନେଶ୍ବର ଭାବେ ନିଯୁକ୍ତ କରାଗଲା ।
9. ଚାର୍ଲସ୍ ନାୟକଙ୍କୁ ଆନନ୍ଦପୁର, କେନ୍ଦୁଝରର ଅତିରିକ୍ତ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।
10. ପଦ୍ମ ଚରଣ ସାହୁଙ୍କୁ ଢେଙ୍କାନାଳର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।
11. ଟି. ପଦ୍ମନାଭ ଦୋରାଙ୍କୁ କନ୍ଧମାଳର ଅତିରିକ୍ତ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।
12. ଦୀନମଣିଙ୍କୁ ପର୍ଯ୍ୟଟନ ବିଭାଗର ଉପଶାସନ ସଚିବ ଭାବରେ ନିଯୁକ୍ତ କରାଗଲା ।
13. ବିବୁଧ ଗଡ଼ନାୟକଙ୍କୁ ଉପଜିଲ୍ଲା କ୍ରୀଡ଼ା ଓ ଯୁବସେବା ବିଭାଗର ଉପଶାସନ ସଚିବ ଭାବରେ ନିଯୁକ୍ତ କରାଗଲା ।
14. ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ପାନପୋଷ ଉପଖଣ୍ଡର ଦଣ୍ଡାକାରୀ ଭାବରେ ନିଯୁକ୍ତ କରିଛନ୍ତି ।
15. ଅଜୟ ପ୍ରକାଶ ତିର୍କୀ, ଯିଏକି ବର୍ଭମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଯୋଗ ଦେଇଛନ୍ତି, ତାଙ୍କୁ ଶକ୍ତି ବିଭାଗର ଉପଶାସନ ସଚିବ ଭାବରେନିଯୁକ୍ତ କରାଗଲା ।
16. ବିକାଶ କୁମାର ମହାନ୍ତିଙ୍କୁ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗରର ଉପଖଣ୍ଡ ଦଣ୍ଡାକାରୀ ଭାବରେ ନିଯୁକ୍ତ କରୁଛନ୍ତି ।
17. ତାପସ କୁମାର ସେଠୀଙ୍କୁ ଭଦ୍ରକର ଅତିରିକ୍ତ ଉପଜିଲ୍ଲାପ ପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।
18. ସ୍ମୃତି ରଞ୍ଜନ ମଲ୍ଲିକଙ୍କୁ ବହିଃସେବା ସର୍ଭାବଳୀ ଅନୁଯାୟୀ ଭୂମି ଅଧିକାରୀ, ଭିତ୍ତିଭୂମି ଉନ୍ନୟନ ନିଗମ, ଭୁବନେଶ୍ବର ଭାବେ ନିଯୁକ୍ତ କରାଗଲା ।
19. ଅଶୋକ କୁମାର ମାଝୀଙ୍କୁ ଝାରସୁଗୁଡ଼ାର ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଗଲା ।
20. ଯୁଧୁଷ୍ଠିର ମେହେରଙ୍କୁ ଫୁଲବାଣୀ ର ପ୍ରକଳ୍ପ ପ୍ରଶାସକ (ପି.ଏ.), ଆଇ.ଟି.ଡି.ଏ ଭାବରେ ନିଯୁକ୍ତ କରାଗଲା ।










