35.2 C
Bhubaneswar
Tuesday, April 21, 2026
Homeଓଡିଶାନବୀନ ଆସିଲେ କ୍ଷତି କହିଥିଲେ ଜାନକୀ: ବିଜୟ

ନବୀନ ଆସିଲେ କ୍ଷତି କହିଥିଲେ ଜାନକୀ: ବିଜୟ

ଭୁବନେଶ୍ୱର: ଜାନକୀ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ବିଜୟ ମହାପାତ୍ର ବଡ ବୟାନ ଦେଇଛନ୍ତି । କହିଛନ୍ତି, ଓଡିଶା ନାଗରିକ ମଞ୍ଚ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ବାଣ୍ଟିଲେ ଅନୁଭୂତି । ଜାନକୀ ବାବୁ ଜ୍ୟୋତିଷ ଭାବେ ମତେ ସତର୍କ କରିଥିଲେ । ବିଜେଡି ଗଠନ ସମୟରେ ଖବର ପାଇ ଅରୁଣ ଦେ’ଙ୍କ ଜରିଆରେ ଡାକିଥିଲେ । ମୁଁ ମନା କରିଦେଇଥିଲି । ଏପରିକି ଟେଲିଫୋନରେ ବି କଥା ହୋଇନଥିଲି । ଅରୁଣ ଦେ’ଙ୍କ ଦ୍ୱାରା କହିଥିଲେ, ବିଜୟକୁ କହିବ ଦଳ ଗଢୁ । ଓଡିଶା ନେତାଙ୍କୁ ନେଇ ଦଳ ଗଢିବାକୁ ବି ପରାମର୍ଶ ଦେଇଥିଲେ । ନବୀନ ଦିଲ୍ଲୀରେ ଥାଉ, ସିଏ ଆସିଲେ ମୋର ବଡ କ୍ଷତି ହେବ ବୋଲି ଜଣାଇଥିଲେ । ତାହା ହିଁ ଘଟିଲା, ଏହା ପରେ ମୁଁ ଜାନକୀ ବାବୁଙ୍କ ପାଖକୁ ଯାଇ ଧନ୍ୟବାଦ ଜଣାଇଥିଲି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking