32.3 C
Bhubaneswar
Sunday, April 19, 2026
Homeଓଡିଶାଆକାଶ ଛୁଆଁ ସୁନା ଦର, ତଥାପି ବଢୁଛି ଚାହିଦା

ଆକାଶ ଛୁଆଁ ସୁନା ଦର, ତଥାପି ବଢୁଛି ଚାହିଦା

ଭୁବନେଶ୍ବର: ଆକାଶ ଛୁଆଁ ସୁନା ଦର, ତଥାପି ବଢୁଛି ଚାହିଦା । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ସୁନା କିଣିବା ଓ ଶୁଭ କାର୍ଯ୍ୟ ପାଇଁ ସବୁଠାରୁ ବଡ଼ ଦିନ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ “ଅକ୍ଷୟ ତୃତୀୟା” ବା “ଅଖି ମୁଠି ଅନୁକୂଳ” କୁହାଯାଏ । ମାନ୍ୟତା ଅଛି ଯେ ଏହି ଦିନ କରାଯାଇଥିବା କାର୍ଯ୍ୟ ବା କ୍ରୟ କରାଯାଇଥିବା ସମ୍ପତ୍ତିର କେବେ କ୍ଷୟ ହୁଏ ନାହିଁ । ଏହି ଦିନ ସୁନା, ରୂପା, ଗାଡ଼ି ବା ଜମି କିଣିବା ଦ୍ୱାରା ଘରକୁ ସୁଖ, ସମୃଦ୍ଧି ଓ ଦୀର୍ଘାୟୁ ଆସିଥାଏ ବୋଲି ବିଶ୍ୱାସ ରହିଛି ।

ଧନତେରାସ ପରେ ସୁନା କିଣିବା ପାଇଁ ଅକ୍ଷୟ ତୃତୀୟ ଦେଶର ଦ୍ୱିତୀୟ ବଡ଼ ପର୍ବ । ଲୋକମାନେ ଅଳଙ୍କାର ସହିତ ସୁନା କଏନ୍ ଏବଂ ଡିଜିଟାଲ୍ ଗୋଲ୍ଡରେ ମଧ୍ୟ ନିବେଶ କରୁଛନ୍ତି । ଚଳିତ ବର୍ଷ ସୁନା ଦରରେ ବହୁତ ବୃଦ୍ଧି ଘଟିଛି। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ପ୍ରାୟ ୧ଲକ୍ଷ ୫୦ ହଜାରରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ସୁନା ଦର ୫୦-୬୦% ବୃଦ୍ଧି ପାଇଛି। ଅଧିକ ଦର ସତ୍ତ୍ୱେ ବିବାହ ଋତୁ ଓ ପରମ୍ପରା ଯୋଗୁଁ ସୁନା ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଅନେକ ଜୁଏଲର୍ସ ‘ମେକିଂ ଚାର୍ଜ’ ଉପରେ ୫୦% ପର୍ଯ୍ୟନ୍ତ ରିହାତି ମଧ୍ୟ ଦେଉଛନ୍ତି। ଉଚ୍ଚ ମୂଲ୍ୟ ସତ୍ତ୍ୱେ ଭାରତୀୟ ସଂସ୍କୃତିରେ ସୁନାର ମହତ୍ତ୍ୱ ଅତୁଟ ରହିଛି। ସୁନା କିଣିବା ବ୍ୟତୀତ ଏହି ଦିନ ଦାନ କରିବା, ଉପବାସ ରଖିବା ଏବଂ ପ୍ରଭୁ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଅତ୍ୟନ୍ତ ଶୁଭଫଳଦାୟକ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking