43.5 C
Bhubaneswar
Tuesday, April 21, 2026
Homeଓଡିଶାବିଜେଡିକୁ ସୌମ୍ୟଙ୍କ ତେର୍ଚ୍ଛା ବାଣ

ବିଜେଡିକୁ ସୌମ୍ୟଙ୍କ ତେର୍ଚ୍ଛା ବାଣ

ଭୁବନେଶ୍ୱର: ଆମ ଘରର ହାଲ ଚାଲ ଜରିଆରେ ପୁଣି ବିଜେଡିକୁ ସୌମ୍ୟ ପଟ୍ଟନାୟକଙ୍କ ତେର୍ଚ୍ଛା ବାଣ । ନିଜ ସମ୍ପର୍କୀୟରେ ଖୋଲିଲେ ନବୀନଙ୍କ ଉତ୍ତରାଧିକାରୀ ଗୁମର । ଟ୍ରଷ୍ଟ ଗଠନକୁ ନେଇ ବିଜେଡି ସୁପ୍ରିମୋ ନବୀନଙ୍କୁ କଲେ କଡା ସମାଲୋଚନା । ଓଡିଆଙ୍କୁ ଅବିଶ୍ୱାସ ଓ ଘୃଣା କରନ୍ତି ନବୀନ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି । ଯେଉଁ ୩ ଜଣଙ୍କୁ ଟ୍ରଷ୍ଟର ଦାୟିତ୍ୱ ଦେଇଛନ୍ତି ସେମାନେ ଯେ ତାଙ୍କର ବିଶ୍ୱସ୍ତ ଏହା ଅସ୍ୱୀକାର କରି ହେବ କି ବୋଲି ପ୍ରଶ୍ନ କଲେ ସୌମ୍ୟ । ଟ୍ରଷ୍ଟ ମାଧ୍ୟମରେ ଏକ ପ୍ରକାର ଉତ୍ତରାଧିକାରୀ କିଏ ତାକୁ ହାତ କାଟି ଲେଖିଛନ୍ତି । ୨୪ ବର୍ଷ ଶାସନରେ ଭୋଟର ଦେଇଥିବା ସ୍ନେହ ଶ୍ରଦ୍ଧାକୁ ଲକ୍ଷେସ ଟଙ୍କାରେ ଋଣ ପରିଶୋଧ କରିବାକୁ ଚେଷ୍ଟା କରିଛନ୍ତି । ବିଜୁ ଜନତା ଦଳର ଅନ୍ଦ ଭକ୍ତ ମାନଙ୍କ ପାଇଁ ଏହା ସତର୍କ ଘଣ୍ଟି ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ । ବିପର୍ଯ୍ୟୟ ପାଇଁ ଦାୟୀ ବ୍ୟକ୍ତି ଏବେ ବି ତାଙ୍କ ନେତାଙ୍କ ସବୁଠୁ ବେଶି ବିଶ୍ୱସ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking