ରାଉରକେଲା: ରାଉରକେଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ରାଉରକେଲାରେ ପହଞ୍ଚିଲେ । ରାଜ୍ୟପାଳ ଡଃ ହରିବାବୁ କମ୍ଭମ ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ରାଉରକେଲାରେ ପହଞ୍ଚିଲେ । ୧୫୮ କୋଟିର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଆଜି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧୫ ଶହ ଛାତ୍ରଛାତ୍ରୀ ଓଡ଼ିଶୀ ଓ ଆଦିବାସୀ ଲୋକନୃତ୍ୟ ପରିବେଷଣ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୫ ପ୍ଲାଟୁନ୍ ଫୋର୍ସ, ୨ ଶହ ଅଧିକାରୀ ଓ ୮୧୫ ଜଣ ହୋମଗାର୍ଡ ନିୟୋଜିତ ଅଛନ୍ତି । ରାଉରକେଲା ବିମାନବନ୍ଦର, ସେକ୍ଟର-୧୩ ସଭାସ୍ଥଳ, ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ଜନଜାତି ସଂଗ୍ରହାଳୟ, ପାନପୋଷ ସର୍କିଟ୍ ହାଉସ୍ ସମେତ ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଛନ୍ତି ।










